ୱାର୍ଡ ନଂ ୨୪-୨୭ରେ ସୁଖିଲା ଖାଦ୍ୟ ବଣ୍ଟନ

କଟକ(ବିଜୟ କୁମାର ପଣ୍ଡା) : କଟକ ମହାନଗର ୱାର୍ଡ ନଂ ୨୪ ଓ ୨୭ ରେ କରୋନା ମହାମାରୀର ଦ୍ୱିତୀୟ ଲହରରେ ହରିପୁର ଓ ରାଉସାପାଟଣାଠାରେ ଅସହାୟ ଲୋକଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ସେବା ଓ ସଂଗଠନ ମାଧ୍ୟମରେ ଶୃଙ୍ଖଳିତ ଭାବରେ ବଣ୍ଟନ କରାଯାଇଥିଲା । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଆ ଚଳଚ୍ଚିତ୍ର ତାରକା,ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ରୀତମ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ସୁଖିଲା ଖାଦ୍ୟ ସାମଗ୍ରୀ ଗୁଡିକୁ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ଲିଙ୍ଗରାଜ ହାତୀ,ନଗର ଉପସଭାପତି ଶ୍ରୀ ଦେବାଶିଷ ରାଏ,ସଂଯୁକ୍ତା ମିଶ୍ର,ଶ୍ରୀବତ୍ସ ରାଉତ,ଦୁର୍ଲଭ ମହାରଣା,ଦିଲ୍ଲୀପ ମୁଳିଆ,ଗ୍ରାମ ମହନ୍ତ ଶ୍ରୀ ଗଜେନ୍ଦ୍ର ମହାରଣା,ଚନ୍ଦ୍ରମଣି ମହାରଣା,ସୁଜିତ ପଟ୍ଟନାୟକ, ବାପିନା ହାତୀ,ପ୍ରତାପ ମହାପାତ୍ର, ଉପେନ୍ଦ୍ର ବେହେରା,ପଣ୍ଡା ବାବୁ,ଲିପୁନା ପ୍ରଧାନ,ମହାଦେବ ପ୍ରସାଦ ହାତୀ,ରୁଦ୍ର ପ୍ରସାଦ ଦାସ,ଗିରିଜା ମହାରଣା,ଅଶୋକ ବେହେରା,ଜିତେନ ମହାରଣା,ସୂର୍ଯ୍ୟକାନ୍ତ ମହାରଣା,ରଘୁନାଥ ମହାରଣା,ଅଭୟ କୁମାର ପ୍ରଧାନ,ଜାନକୀନାଥ ମହାନ୍ତି,ସୁଧାକର ମହାରଣା,ସୋନି ପ୍ରଧାନ,ସେନ୍ତାଳୀ ରାଓ,ହାଡ଼ିବନ୍ଧୁ ସ୍ୱାଇଁ,ନାରାୟଣ ଜେନା,ମାନସ ରଞ୍ଜନ ବେହେରା,ସୋନି ପ୍ରଧାନ ପ୍ରମୁଖ ଏହି ସେବା ଓ ସଂଗଠନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread

Leave a Reply

Your email address will not be published. Required fields are marked *