୨୮ ଚୀନ କମ୍ପାନୀକୁ ବ୍ୟାନ୍‌କଲା ବାଇଡେନ୍ ପ୍ରଶାସନ

ୱାଶିଂଟନ୍‌: କ୍ଷମତା ପରିବର୍ତ୍ତନ ସହିତ ଚୀନ ଓ ଆମେରିକା ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ୩୧ଟି ଚୀନ କମ୍ପାନୀ ଉପରେ ନିଷେଧାଦେଶ ଜାରି କରିଥିଲେ । ସେମାନଙ୍କୁ କଳାତାଲିକାଭୁକ୍ତ କରିଥିଲେ । ଆଜି ବାଇଡେନ୍ ପ୍ରଶାସନ୍ ଆଉ ପାଦେ ଆଗେଇ ପୁଣିଥରେ ୨୮ଟି କମ୍ପାନୀ ଉପରେ ନିଶେଧାଦେଶ ଅର୍ଥାତ୍ ସେମାନଙ୍କୁ କଳାତାଲିକାଭୁକ୍ତ କରିଛନ୍ତି । ଫଳରେ ଆମେରିକାରେ ସମୁଦାୟ ୫୯ଟି ଚୀନ କମ୍ପାନୀ କଳାତାଲିକାଭୁକ୍ତ ହୋଇଛନ୍ତି । ଏଣିକି ଏହି କମ୍ପାନୀଗୁଡ଼ିକରେ ଆମେରିକୀ ନିବେଶକ ନିବେଶ କରିପାରିବେ ନାହିଁ । ଏହି କମ୍ପାନୀଗୁଡ଼ିକ ଚୀନ ସରକାରଙ୍କୁ ସୈନ୍ୟ ତଥା ସୁରକ୍ଷା ଉପକରଣ ଯୋଗାଉଥିବା କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବାର ଆରୋପ ଲଗାଇଛି ଆମେରିକା ପ୍ରଶାସନ । ଏମାନେ ଚୀନ ସରକାରଙ୍କୁ ସର୍ଭିଲାନ୍ସ ଟେକ୍ନୋଲୋଜୀ ଯୋଗାଇ ଦେଉଛି ।

ଚୀନ ସରକାର ଏହି ଟେକ୍ନୋଲୋଜୀର ଦୁରୁପଯୋଗ କରି ନିଜର କ୍ଷମତା ବିସ୍ତାର କରୁଛି । ମାନବ ଅଧିକାର ହନନ କରୁଛି । ଫଳରେ ଆମେରିକା ତଥା ଆମେରିକାର ସହଯୋଗୀ ରାଷ୍ଟ୍ରମାନଙ୍କ ସୁରକ୍ଷା ଉପରେ ବିପଦ ଆଶଙ୍କା ସୃଷ୍ଟି ହେଉଛି । କଳାତାଲିକାଭୁକ୍ତ ହୋଇଥିବା କମ୍ପାନୀମାନଙ୍କ ମଧ୍ୟରେ ଟେଲିକମ୍‌, କନ୍‌ଷ୍ଟ୍ରକ୍ସନ୍ ଓ ଟେକ୍ନୋଲୋଜୀ ସହିତ ଯୋଡ଼ି ହୋଇଥିବ ଅନେକ ବୃହତ୍ କମ୍ପାନୀ ରହିଛି ବୋଲି ଜଣାପଡ଼ିଛି । ଚାଇନା ମୋବାଇଲ୍ , ଚାଇନା ଟେଲିକମ୍‌, ହାଇକ୍‌ଭିଜନ୍ ଓ ଚାଇନା ରେଲ୍‌ୱେ କନ୍‌ଷ୍ଟ୍ରକ୍ସନ୍ କମ୍ପାନୀ ଏହି ତାଲିକାରେ ସାମିଲ୍ ଅଛନ୍ତି । ଚୀନ ସରକାର ଏହାକୁ ରାଜନୀତିପୂର୍ବକ ନିଷ୍ପତ୍ତି ବୋଲି ଅଭିଯୋଗ କରିଛି । ଫଳରେ ସାମାନ୍ୟ ବ୍ୟବସାୟିକ ଗତିବିଧି ବାଧାପ୍ରାପ୍ତ ହେବ । କେବଳ ଆମେରିକା ନୁହେଁ ସମଗ୍ର ବିଶ୍ୱର ନିବେଶକମାନଙ୍କ ହିତ ପ୍ରଭାବିତ ହେବ ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ବ୍ୟାଙ୍ଗ୍ ୱେନୱିନ୍ କହିଛନ୍ତି ।

Spread

Leave a Reply

Your email address will not be published. Required fields are marked *