ଲାଲ୍ ବାହିନୀକୁ କରୋନା ଭୟ, ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଲକାନଗିରିଲାଲଗଡ଼ରେ କିଲର୍ ଭାଇରସ୍ କରୋନା । ମାଓଗଡ଼ରେ କରୋନା ପଶିବା ପରେ ଛାନିଆଁ ହୋଇ ପଡ଼ିଛନ୍ତି ନକ୍ସଲ । ଚିକିତ୍ସା ପାଇଁ ଏଣେତେଣେ ଘୁରି ବୁଲିବା ପରେ ଆତ୍ମସମର୍ପଣ କରୁଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨ ମହିଳା ମାଓବାଦୀଙ୍କ ସମେତ ୨ ଜଣ ପୁରୁଷ ଜିଲ୍ଲା ପୋଲିସ୍ ନିକଟରେ ଆତ୍ମମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିବା ପରେ ସମସ୍ତ ୪ ଜଣ ମାଓବାଦୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ପୂର୍ବରୁ ମାଓ ସଙ୍ଗଠନରେ କରୋନା ବ୍ୟାପି ସାରିଥିବା ବେଳେ ଗ୍ରାମାଞ୍ଚଳର ଲୋକମାନଙ୍କୁ ମାଓବାଦୀଙ୍କ ବୈଠକରେ ସାମିଲ ନହେବାକୁ ଅପିଲ କରିଛନ୍ତି ଏସପି ଅଭିଷେକ ପଲ୍ଲବ ।

Spread

Leave a Reply

Your email address will not be published. Required fields are marked *