ସାଇଟରେ ପେମେଣ୍ଟ କରିବା ପୂର୍ବରୁ ଭଲ ଭାବେ ଚେକ୍ କରନ୍ତୁ : ଡିଜିପି

ଭୁବନେଶ୍ୱର : ରାଜ୍ୟର କୋଭିଡ୍ ପରିସ୍ଥିତି ଓ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସତର୍କତା ଅବଲମ୍ବନ ନେଇ ଡିଜିପି ଶ୍ରୀ ଅଭୟ ଗୁରୁବାର ସୂଚନା ଦେଇଛନ୍ତି। ଘରୁ ବାହାରିଲେ ମାସ୍କ ପିନ୍ଧିବା ଓ, ସାମାଜିକ ଦୂରତା ପାଳନ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ୩ ଲକ୍ଷ ୧୬ ହଜାର ୬୮୨ ଜଣଙ୍କ ବିରୋଧରେ କୋଭିଡ ନିୟମ ଭାଙ୍ଗିବା ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସେହିପରି ଅମାନିଆଙ୍କଠୁ ମୋଟ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଅମାନିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି।

୨ ହଜାର ୧୮୦ଟି ଦୋକାନକୁ ସିଲ୍ କରାଯାଇଛି । ୮୩୧ ଲୋକଙ୍କୁ ଗିରଫ ଓ ୨୬ ହଜାର ୧୪୬ଟି ଗାଡି ଜବତ ହୋଇଛି ବୋଲି ଡିଜିପି କହିଛନ୍ତି। କୋଭିଡ ସମୟରେ କଠିନ ପରିଶ୍ରମ ପାଇଁ ପୁଲିସ କର୍ମଚାରୀ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଳାବଜାରୀ ହେଉଥିଲେ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ।

ସାଇବର ଠକ ନୂତନ ଅପରାଧ ଶୈଳୀରେ ଠକୁଛନ୍ତି ତେଣୁ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି। ଟେଲି ମେଡିସିନ୍ ନେଇ ମଧ୍ୟ ବିଭିନ୍ନ  ସାଇଟରେ ଠକେଇ କରାଯାଉଛି । ବିଭିନ୍ନ ଆପ୍ ଓ ସାଇଟରେ କୋଭିଡ୍ ସମ୍ପର୍କିତ ସୂଚନା ମିଳୁଛି। ସେହି ସାଇଟକୁ ଯିବା ପୂର୍ବରୁ ଆଉଥରେ ଚେକ୍ କରନ୍ତୁ । ଏହି ସମୟରେ ବିଭିନ୍ନ ଫେକ୍ ଇ-କମର୍ସ ସାଇଟ୍ ବାହାରିଛି । ଏହି ସାଇଟରେ ପେମେଣ୍ଟ କରିବା ପୂର୍ବରୁ ଭଲ ଭାବେ ଚେକ୍ କରନ୍ତୁ ବୋଲି ଡିଜିପି କହିଛନ୍ତି। ବିଭିନ୍ନ ସାଇଟରେ ଫେକ୍ କୋଭିଡ ସର୍ଭେ କରାଯାଉଛି । ଏଥିରେ ଆପଣଙ୍କ ବିଭିନ୍ନ ତଥ୍ୟକୁ ସେମାନେ ନେଇଯାଉଛନ୍ତି ବ୍ୟକ୍ତିଗତ, ମେଡିକାଲ ଓ ଆର୍ଥିକ ସମ୍ପର୍କିତ ତଥ୍ୟକୁ ସେୟାର କରନ୍ତୁ ନାହିଁ। କୌଣସି ଆପକୁ ଡାଉନଲୋଡ କରିବା ପୂର୍ବରୁ ଚେକ୍ କରନ୍ତୁ ।

Spread

Leave a Reply

Your email address will not be published. Required fields are marked *