ସଂକ୍ରମିତ ହେବାରୁ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ

ଟାଙ୍ଗି: କରୋନାର ଆଉ ଏକ କରୁଣ କାହାଣୀ । ଭୂତାଣୁ ସଂକ୍ରମିତ କଲା ବୋଲି ଜୀବନ ହାରିଦେଲେ ଦମ୍ପତି । କରୋନାକୁ ନେଇ ଅନ୍ୟକୁ ଭୟଭୀତ କରାଇବା ଅଯଥା ଅପପ୍ରଚାର ଗୁଜବ କାହାର ବି ଜୀବନ ନେଇପାରେ । କାହାରିକୁ ବି ଜୀବନ ହାରିବାକୁ ପ୍ରେରିତ କରିପାରେ । ଏମିତି ହିଁ ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିମଡ଼ା ଗାଁରେ । ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ମୃତ ସ୍ୱାମୀ-ସ୍ତ୍ରୀ ୫୫ ବର୍ଷିଅ ଭିକାରୀ ପାତ୍ର ଓ ୫୦ ବର୍ଷିଅ ଜ୍ୟୋସ୍ନା ପାତ୍ର । ଭିକାରୀ ଓ ଜ୍ୟୋସ୍ନାଙ୍କୁ କିଛିଦିନ ହେଲା ଥଣ୍ଡା ଜରରେ ପୀଡ଼ିତ ଥିଲେ ।

ଗତ ୧୭ ତାରିଖରେ କରୋନା ଦମ୍ପତି ଶରଣକୁଳ ମେଡିକାଲରେ କୋଭିଡ୍ ପରୀକ୍ଷା କରାଇ ଥିଲେ । ଆଉ ରିପୋର୍ଟ ଆସିଥିଲା ପଜିଟିଭ୍ । ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ଦମ୍ପତିଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ସଂଗରୋଧରେ ରହିବା ବେଳେ ରଣପୁର ମେଡିକାଲ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଔଷଧ ଯୋଗାଇ ଦେଇଥିଲେ । ହେଲେ କରୋନା ସଂକ୍ରମିତ ହେବା ପରେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ, ସ୍ତ୍ରୀ । ଗୁରୁବାର ରାତିରେ ଶେଷରେ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Spread

Leave a Reply

Your email address will not be published. Required fields are marked *