ପିପିଲି ପାଇଁ ୩୦ ଜଣିଆ ଷ୍ଟାର୍ କ୍ୟାମ୍ପେନ୍‌ର ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ପିପିଲି ଉପ ନିର୍ବାଚନ ପାଇଁ ହେବ ମତଦାନ । ଏଥିଲାଗି ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ନିଜ ନିଜର କ୍ୟାମ୍ପେନ୍ ଆରମ୍ଭ କରିସାରିଲେଣି । ଏସବୁ ଭିତରେ ଆଜି ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ଷ୍ଟାର୍‌ର୍ କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛି । ବିଜେଡି ପକ୍ଷରୁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରାଯାଇଛି । ଏହି ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଏକ ନମ୍ବରରେ ରହିଛି । ସେହିପରି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଦ୍ୱିତୀୟରେ ରହିଛି ।

ସେହିପରି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରେ ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ଦେବୀ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା,ପ୍ରତାପ ଦେବ, ପିନାକି ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଝାରୀ, ସଞ୍ଜୟ ଦାଶବର୍ମା, ନବକିଶୋର ଦାସ, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ସାମିଲ ରହିଛନ୍ତି ।

Spread

Leave a Reply

Your email address will not be published. Required fields are marked *