ରାଜ୍ୟରେ ଆଜି ୨୩୪ କରୋନା ପଜିଟିଭ୍ ଚିହ୍ନଟ, ସର୍ବାଧିକ ନୂଆପଡ଼ା

ଭୁବନେଶ୍ୱର : ଓଡ଼ିଶାରେ ପୂର୍ବ ବର୍ଷ ପରି ସଙ୍ଗିନୀ ପରିସ୍ଥିତି ସୃଷ୍ଟି ହେଲାଣି । ଗତ ୭ ଦିନରେ ୧୨ ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଲେଣି । ଗତ ବର୍ଷ ଯେଉଁ ଭଳି ଭାବରେ କରୋନା ମିଟର ବଢି ଚାଲିଥିଲା, ଠିକ ସେହି ଭଳି ଭୂତାଣୁ କାୟା ବିସ୍ତାର କରିବା ଆରମ୍ଭ କଲାଣି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି । ଗତ ୨୪ ଘଣ୍ଟାରେ ପୁଣି ୨୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୩୪ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ରେ ପହଞ୍ଚିଛି ।

ତେବେ ଆଜି ନୂଆପଡ଼ାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ଖୋର୍ଦ୍ଧା ୩୨, କଟକ ୨୯ ଓ ୍ୱରଗଡ଼ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ କଳାହାଣ୍ଡି ୧୭, ସମ୍ବଲପୁର ୧୧, ସୁନ୍ଦରଗଡ ୧୫, ବଲାଙ୍ଗିର ୧୫, ଜଗତସିଂହପୁର ୪, ଭଦ୍ରକ ୮, ଅନୁଗୁଳ ୩, ବାଲେଶ୍ୱର ୩, ଗଞ୍ଜାମ ୨, ପୁରୀ ୬, ମୟୂରଭଞ୍ଜ ୫, ଝାରସୁଗୁଡ଼ା ୪, ଯାଜପୁର ୪, ରାୟଗଡ଼ା ୨, ଦେବଗଡ଼, କେନ୍ଦୁଝର, ଢ଼େଙ୍କାନାଳ, ନୟାଗଡ଼ରେ ଜଣେ ଲେଖାଏଁ ଓ ଷ୍ଟେଟପୁଲରୁ ୮ ଚିହ୍ନଟ ହୋଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ କଠୋର କଟକଣା ଭିତରେ ପର୍ବପର୍ବାଣୀ ପାଳନ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲରେ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ଏସଆରସି ।

ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁଯାତ୍ରା ମନା ହୋଇଛି । ଦଣ୍ଡଯାତ୍ରା, ଶ୍ରୀ ରାମନବମୀ ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । କୋଭିଡ ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରିଛନ୍ତି ଏସ୍‌ଆରସି । ସୀମିତ ଲୋକଙ୍କୁ ନେଇ କୋଭିଡ ନିୟମ ମାନି ଧାର୍ମିକ ସ୍ଥଳରେ ପୂଜା କରିହେବ । ସର୍ବସାଧାରଣ ସ୍ଥାନରେ ପାଳନ ଉପରେ କଟକଣା ଲାଗିଛି । ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ନିର୍ଦ୍ଦେଶ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଆରସି କହିଛନ୍ତି । ସେହିପରି ଏପ୍ରିଲ ୧ ଉତ୍କଳ ଦିବସ ମଧ୍ୟ କଡା କଟକଣା ଭିତରେ ପାଳନ ହେବ ।

Spread

Leave a Reply

Your email address will not be published. Required fields are marked *