ଆସ୍ତନ୍ତାକାଲି ବିଧାନସଭାରେ ଗାନ୍ଧୀ ଆଲୋଚନା

ଭୁବନେଶ୍ୱର: ମଙ୍ଗଳବାର ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ହେବ । ଏଡି ଉପଲକ୍ଷେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥି ପାଇଁ ପୂର୍ବାହ୍ଣ ୧୦ଟାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଛନ୍ତି । ୧୦ଟାରୁ ଅପରାହ୍ନ୧ଟା ପର୍ଯ୍ୟନ୍ତ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ଓ ସଂକଳ୍ପ ଅଣାଯାଇ ଗୃହୀତ ହେବ । ଏହି ସ୍ୱତନ୍ତ୍ର ଆଲୋଚନା ପାଇଁ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନାକୁ ବାତିଲ କରାଯାଇଛି ।

ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧି ୧୯୨୧ରୁ ୧୯୪୬ ମଧ୍ୟରେ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ପ୍ରଥମଥର ପାଇଁ ସେ ୧୯୨୧ ମସିହା ମାର୍ଚ୍ଚ ୨୩ରେ ଓଡ଼ିଶା ଆସିଥିଲେ। ନିଜର ପ୍ରଥମ ଓଡ଼ିଶା ଗସ୍ତରେ ଆସି ଗାନ୍ଧି କଟକ କାଠଯୋଡ଼ି ନଦୀ ପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ଏହି ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବା ଉପଲକ୍ଷେ ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷକ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି ।

Spread

Leave a Reply

Your email address will not be published. Required fields are marked *