ଧରା ପୃଷ୍ଟରେ ଅବତରଣ କରିଛନ୍ତି ମା ଧନଦାତ୍ରୀ ଗଜ ଲଷ୍ମୀ 

NEWS BY SANJAYA KUMAR SAHOO

ପରଜଙ୍ଗ, ରଙ୍ଗୀନ ଆଲୋକ ମେଳା ରେ ସାଜ ସଜା ପୂଜା ମଣ୍ଡପ ରେ ଝଲସି ଉଠୁଛି ପୂର ରୁ ପଲ୍ଲୀ l ସବୁଠି ମା ଙ୍କ ଆଗମନ ନେଇ ଉତ୍ସବ ମୁଖର ହୋଇ ଉଠିଛି l ସେହି ପରି ପରଜଙ୍ଗ ବ୍ଲକ ବlରିହାପୁର, କନ୍ଦରସିଂହା ବସୋଈ ଏବଂ ପରଜଙ୍ଗ ବିଭିନ୍ନ ଗ୍ରାମରେ ବେଶ ଧୁମ ଧାମ ରେ ପୂଜା ପାଉଛନ୍ତି ମା ଗଜ ଲଷ୍ମୀ l ଲୋକମାନେ ବିଭିନ୍ନ ସ୍ଥାନରୁ ଆସି ପୂଜା ଭିଡ ଜମାଇବା ସହିତ ପରିଦର୍ଶନ କରୁଛନ୍ତି l ଶ୍ରଦ୍ଧାଳୁ ମାନେ ପୂଜାରେ ବୋଲିବା ସହିତ ମିନାବଜାର ଉପଭୋଗ କରୁଛନ୍ତି l ମଣ୍ଡପ ରେ ପୁରହିତ ଙ୍କ ମନ୍ତ୍ର ପାଠ ଓ ଭଜନ ସଂକୀର୍ତ୍ତନ ନୈବେଦ୍ୟ ରେ ପ୍ରକମ୍ପିତ ପୁରା ପରିବେଶ l ଏଥି ସହିତ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଲାଇଟ ଓ ଗେଟ ରେ ଆଲୋକିତ ହୋଇ ଉଠିଛି ସମସ୍ତ ପୂଜା ମଣ୍ଡପ l ପୂଜାରେ ବିଭିନ୍ନ ପ୍ରକାର ସେଲ୍ଫି ପଏଣ୍ଟ ରେ ଲୋକମାନେ ଫୋଟୋ ଉଠେଇବା ସହିତ ମଜା ନେଉଛନ୍ତି l ତେବେ ମଣ୍ଡପ ରେ ପୌରାଣିକ ଓ ପାରମ୍ପରିକ ଭାବେ ବିଷୟ ବସ୍ତୁ ଗୁଡିକ ଉପସ୍ଥାପନା କରିବା ସହିତ ଲୋକଙ୍କୁ ଆତ୍କୃଷ୍ଟ କରିଛି l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *