କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ୍ ରାଜ୍ୟରେ ପହଞ୍ଚିବ

ଭୁବନେଶ୍ୱର: ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ  ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଜୁନ୍ କୋଟା ସରିଯିବା ପରେ ରାଜ୍ୟ ସରକାର ଆଉ ୬ ଲକ୍ଷ ଡୋଜ ଦେବାକୁ ଅନୁରୋଧ କରିଥିଲେ । ଜୁନ ମାସର କୋଟା ଅନୁସାରେ କୋଭାକ୍ସିନ ଟିକା ୪ ଲକ୍ଷ ୩୧ହଜାର ୧୩୦ଡୋଜ  ଆସିବା କଥା। ବର୍ତ୍ତମାନ ସୁଦ୍ଧା ୩,୪୦,୮୫୦ ଆସିଛି । ଆଉ ୯୦ହଜାର ୨୮୦ ଆସି ନଥିବା ସୂଚନା ଦେଇଛନ୍ତି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ପୁଣି ଥରେ ୩ ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୨୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୪୪୯ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *