କୀର୍ତ୍ତିଚକ୍ର ବିଜେତା ସହୀଦ ଯବାନ ପ୍ରଦୀପ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ।
କୀର୍ତ୍ତିଚକ୍ର ବିଜେତା ସହୀଦ ଯବାନ ପ୍ରଦୀପ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ।
ରାଜଗାଙ୍ଗପୁର/ଭୁବନେଶ୍ୱର ୦୩-୦୧-୨୦୨୫(ବି.ଏନ .ଓ ) :(ସମରେନ୍ଦ୍ର ରାଉତ) କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀ ସହ ସଙ୍ଘର୍ଷରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ରାଜଗାଙ୍ଗପୁର ଲିପଲୋଇର ବୀର ସନ୍ତାନ କୀର୍ତ୍ତି ଚକ୍ର ବିଜେତା ସହିଦ ପ୍ରଦୀପ ପଣ୍ଡାଙ୍କ ସପ୍ତମ ପୁଣ୍ୟତିଥୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।
ରାଜଗାଙ୍ଗପୁର ର ସାମାଜିକ ସଙ୍ଗଠନ ସାଇ ତ୍ରିରଙ୍ଗା ଏବଂ ହରିତ ବସୁଧା ପକ୍ଷରୁ ସ୍ତାନୀୟ ରାଷ୍ଟ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଜୋନ ସିଆରପିଏଫ ର ଉପ ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ସହ ସହୀଦଙ୍କ ସହ ଧର୍ମଣି ମିନତୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ , ସାଇ ତ୍ରିରଙ୍ଗାର ଏକାଡେମୀର ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ସେନାପତି ,ପୌରପାଳିକା ଉପାଧ୍ୟକ୍ଷ ମହମ୍ମଦ ଇରଫାନ, ରାଷ୍ଟ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ଲାକ୍ରା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ ସହ ସହୀଦ ଙ୍କ ପ୍ରତିମୂର୍ତ୍ତିରେ ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସହିଦଙ୍କ ବୀରତ୍ୱର ସ୍ମୃତି ଚାରଣ କରିଥିଲେ ।
ଏହି ଅବସସରରେ ତୀରଙ୍ଗା ସେନାପତି ଏବଂ ସାଇରାଜ ସେନାପତିଙ୍କ ଦେଶ ଭକ୍ତି ସଙ୍ଗୀତରେ ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମ ଟିକୁ ଜ୍ଞାନ ରଞ୍ଜନ ସେନାପତି ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅମରେଶ ପଣ୍ଡା , ଡ଼ଃ ସରୋଜିନୀ ସାହୁ , ଗୌତମ ମହାରଥୀ , ରାଜେନ୍ଦ୍ର ବେହେରା , ଉପେନ୍ଦ୍ର ପ୍ରଧାନ , ସୁଭଦ୍ରା ଷଡ଼ଙ୍ଗୀ , ରଶ୍ମି ଏକ୍କା, ପ୍ରିୟ ଦର୍ଶନୀ ଭୋଇ, ରାଜୁ ସାହୁ ରାଷ୍ଟ୍ରୀୟ ବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜଗାଙ୍ଗପୁର ଲିପଲୋଇ ବାସିନ୍ଦା ତଥା ରାଷ୍ଟ୍ରୀୟ ବିଦ୍ୟାଳୟର ଛାତ୍ର ସହିଦ ପ୍ରଦୀପ ପଣ୍ଡା ସିଆରପିଏଫ ୧୧୮ ବାଟାଲିୟନ ରେ କୁଇକ ରେସପନ୍ସ ଟିମ କାର୍ଯ୍ୟରତ ଥିବା ବେଳେ ୨୦୧୭ ମସିହାଡିସେମ୍ବର ୩୧ତାରିଖରେ କାଶ୍ମୀରର ଫୁଲୱାମା ଠାରେ ଆତଙ୍କବାଦୀଙ୍କ ସହ ଏକ ସଙ୍ଘର୍ଷରେ ବିରତ୍ୱର ସହିତ ଲଢେଇ କରି ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ l ପରବର୍ତୀ ସମୟରେ କେନ୍ଦ୍ର ସରକାର ତରଫରୁ ସହିଦ ପ୍ରଦୀପ ପଣ୍ଡାଙ୍କୁ କୀର୍ତି ଚକ୍ର ପ୍ରଦାନ କରିଥିଲେ l