କଟକ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଟକ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଜାତୀୟ ସଡକ ସୁରକ୍ଷା ମାସ ଉପଲକ୍ଷେ ଜିଲ୍ଳାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ
କଟକ ୦୨-୦୧-୨୦୨୫(ବି.ଏନ .ଓ ) : ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ରୋକିବା ପାଇଁ ଡିଭାଇଡର ସ୍ଥାପନ, ଜେବ୍ରା କ୍ରସିଂ ନିର୍ମାଣ, ଆଲୋକ ବ୍ୟବସ୍ଥା ଉପଲବ୍ଧ କରାଇବା, ବେଆଇନ୍ ପାର୍କିଂ ତଥା ସଡକ ପାଶ୍ୱର୍ରେ ବେଆଇନ୍ ଜବର ଦଖଲ ଉଚ୍ଛେଦ, ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଇବା, ହେଲମେଟବିହୀନ ଓ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକମାନଙ୍କ ଉପରେ ଅଙ୍କୁଶ ଲଗାଇବା ତଥା ସବୁବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ 

NEWS BY BIJAY KUMAR PANDA

ଦେବାକୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ମତପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି ସଡକ ସୁରକ୍ଷା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଦୁର୍ଘଟଣା ହାର ହ୍ରାସ କରିବା ନିମେନ୍ତ ଦୁର୍ଘଟଣାର କାରଣ ତର୍ଜମା କରିବା ପାଇଁ କମିଟିମାନ ଗଠନ କରି ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଡକ ସୁରକ୍ଷା ମାସ ପାଳନ ଅବସରରେ ଚଳିତ ମାସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟରେ ରଖିବାକୁ ଆହ୍ୱାନ ଦିଆଯାଇଛି । ଚଳିତ ମାସ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବାରୁ ଜିଲ୍ଳାରେ ବିିଭନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉପଲକ୍ଷେ ଆଜି ଦୁଇଟି ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।

ସଡକ ସୁରକ୍ଷା ମାସ ପାଳନ ଅବସରରେ ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଇବା ପାଇଁ ବିଭିନ୍ନ ବସ୍ ରହଣୀ କେନ୍ଦ୍ରଗୁଡିକରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିରର ଆୟୋଜନ କରାଯିବା ସହ, ସଚେତନତା ନାଟକ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିିଭନ୍ନ ପ୍ରତିଯୋଗୀତା ଓ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯିବାକୁ ସ୍ଥିରୀକୃତ ହୋଇଛି । ଗାଡିଚାଳନା ସମୟରେ ହେଲମେଟ ବ୍ୟବହାର, ସିଟ୍ ବେଲ୍ଟ ପରିଧାନ ସମେତ ଗାଡି ଚାଳନା ସମୟରେ ମୋବାଇଲ ଫୋନରେ ବାର୍ତାଳାପ ନ କରିବା, ମଦ୍ୟପାନ କରି ଗାଡି ଚାଳନାରୁ ନିବୃତ ରହିବା, ଦୃତ ଗତିରେ ଗାଡି ନ ଚଲାଇବା, ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଯାନବାହନ ନ ଦେବା, ଓଭରଟେକ କରିବାରୁ ଯଥାସମ୍ଭବ ନିବୃତ ରହିବା ଆଦି ଉପରେ ଗୁରୁତ୍ୱ ଦେଇ ଚଳିତ ବର୍ଷର ବାର୍ତା ସଡକ ସୁରକ୍ଷା ପରିବାର ରକ୍ଷା କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଗ୍ରାମାଂଚଳ ଏସ ପି ଶ୍ରୀ ପ୍ରତୀକ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା, ଏସିପି ଟ୍ରାଫିକଙ୍କ ସମେତ ବରିଷ୍ଠ ପଦାଧିକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ସଡକ ନିର୍ମାଣ ବିଭାଗର ସମସ୍ତ ପଦାଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । କେନ୍ଦ୍ରାଂଚଳ ପରିବହନ ଉପାୟୁକ୍ତ ତଥା ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀ ଇଂ ବିରଂଚି ନାରାୟଣ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସଡକ ଦୁର୍ଘଟଣା ହ୍ରାସ କ୍ଷେତ୍ରରେ ସମସ୍ତ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *