ଆଦିଦାସ ପକ୍ଷରୁ ଫିଫା ବିଶ୍ୱକପ ୨୦୨୨ଟିଏମ ପାଇଁ ଫେଡେରେସନ କିଟ୍ସର ଉନ୍ମୋଚନ

ଆଦିଦାସ ପକ୍ଷରୁ ଫିଫା ବିଶ୍ୱକପ ୨୦୨୨ଟିଏମ ପାଇଁ ଫେଡେରେସନ କିଟ୍ସର ଉନ୍ମୋଚନ

ନୂଆଦିଲ୍ଲୀ, ୩ ସେପ୍ଟେମ୍ବର,୨୦୨୨- ଅଦିଦାସ ଆର୍ଜେଂଟିନା, ଜର୍ମାନି,
ଜାପାନ, ମେକ୍ସିକୋ ଓ ସ୍ପେନର ଜାତୀୟ ଦଳ ପାଇଁ ସୃଷ୍ଟି ହୋଇଥିବା ହୋମ ଏବଂ
ଆୱେ ଫେଡେରେସନ କିଟ ପ୍ରକାଶ କରିଛି ଯାହା ବିଶ୍ୱର ସବୁଠୁ ବଡ଼
କ୍ରୀଡ଼ା ମଂଚ ଫିଫା ବିଶ୍ୱକପ ୨୦୨୨ରେ ଆକର୍ଷଣୀୟ ପୋଷାକ ଭାବେ ସ୍ଥାନ
ପାଇବ ।
ଆଦିଦାସ ପ୍ରତ୍ୟେକ ଫେଡେରେସନ ଏକ ନୂତନ ସୃଜନଶୀଳତାକୁ ଦେଖିଆସିଛି ଓ ସେହି
ଅନୁସାରେ ଡିଜାଇନ ପ୍ରସ୍ତୁତ କରୁଛି । ଭବିଷ୍ୟତ ଉପଯୋଗୀ ଗ୍ରାଫିକ
ଡିଜାଇନ ଏହାର ପ୍ରତିଟି ଉତ୍ପାଦକୁ ପ୍ରତିନିଧିତ୍ୱ କରେ । ଯେତେବେଳ ଆମେ
ଫିଫା ବିଶ୍ୱକପ ପରି ଟୁର୍ଣ୍ଣାମେଂଟ ପାଇଁ ଜାତୀୟ ଦଳ କିଟ ଡିଜାଇନ କରୁ
ସେତେବେଳ ଆମେ ସବୁବେଳେ ମନେ ରଖୁଯେ ଏହି ଡିଜାଇନ ଗୁଡ଼ିକ ଫୁଟବଲ
ଇତିହାସର ଏକ ଅଂଶ ହୋଇ ରହିବ । ଆମ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣଯେ ଏହି
କିଟ ପ୍ରସ୍ତୁତି ଆଥଲେଟମାନଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କୁ ସର୍ବୋଚ୍ଚ
ସ୍ତରରେ କ୍ରୀଡ଼ା ପ୍ରଦର୍ଶନ ପାଇଁ ଉତ୍ସାହିତ କରିବ ବୋଲି କହିଛନ୍ତି ଜୁରଗେନ
ର‌୍ୟାଙ୍କ, ଆଦିଦାସର ସିନିୟର ଡିଜାଇନ ନିର୍ଦ୍ଦେଶକ , ଫୁଟବଲ ।
କାର୍ଯ୍ୟଦକ୍ଷତା ଓ ସ୍ଥାୟିତ୍ୱକୁ ସର୍ବୋଚ୍ଚ ପ୍ରାଥମିକତା ସହ କିଟ ଉପରେ ଏକ ସ୍ଥର
ଡିଜାଇନ ପଦ୍ଧତି ନିଆଯାଇଛି ଯାହା ଉଭୟ ସୃଜନଶୀଳତା ଓ ଆଇକନିକ
ସରଳତାକୁ ପ୍ରଦର୍ଶନ କରିଥାଏ । ଆମର ସବୁ କିଟ ଗୁଡ଼ିକ ୧୦୦% ରିସାଇକଲଡ
ପଲିଷ୍ଟର । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିସମାପ୍ତି ଆଦିଦିସର ଲକ୍ଷ୍ୟ ରହିଛି ।
ଆର୍ଜେଂଟିନା, ଜର୍ମାନି, ଜାପାନ, ମେକ୍ସିକୋ ଓ ସ୍ପେନର ଜାତୀୟ ଦଳ ପାଇଁ
ସୃଷ୍ଟି ହୋଇଥିବା ହୋମ ଏବଂ ଆୱେ ଫେଡେରେସନ କିଟ ଗୁଡ଼ିକ ୫୦% ପାର୍ଲେ
ଓସିନ ପ୍ଲାଷ୍ଟିକରୁ ଥିଆରି ଯାହା ଦ୍ୱୀପପୁଞ୍ଜ, ବେଳାଭୂମି ସହ ଆମ ସମୁଦ୍ରକୁ
ପ୍ରଦୂଷିତ କରିଥାଏ । ଆମର ପ୍ରତିଟି ସାର୍ଟ ଅତ୍ୟାଧୁନିକ ଆଦିଦାସ
ଫେବ୍ରିକରୁ ପ୍ରସ୍ତୁତ ଓ ଏହା ହାଲୁକା ଓଜନ ବିଶିଷ୍ଟ ଯାହା ଆର୍ଜେଂଟିନା,
ଜର୍ମାନି, ଜାପାନ, ମେକ୍ସିକୋ ଓ ସ୍ପେନ ପାଇଁ କିଟ ଗୁଡ଼ିକ ଏପରି ଭାବରେ
ନିର୍ମିତ ଯାହା ହିଟ ରେଡି ଟେକନୋଲୋଜି ସହିତ ଖେଳାଳୀଙ୍କୁ ଶୀତଳତା ପ୍ରଦାନ
କରିବାରେ ସାହାଯ୍ୟ କରିବ । ଜର୍ସି ସହିତ ଫେଡେରେସନ କିଟରେ ବିଭିନ୍ନ ପ୍ରକାର
ଉତ୍ପାଦ ଯଥା ସର୍ଟସ, ଟ୍ରେନିଂ ପ୍ୟାଂଟ, ପ୍ରେଜେଂଟେସନ ପ୍ୟାଂଟ, ଟ୍ରାଭେଲ ପ୍ୟାଂଟ,
ପ୍ରେଜେଂଟେସନ ଜ୍ୟାକେଟ, ଟ୍ରାଭେଲ ଜ୍ୟାକେଟ ଇତ୍ୟାଦି ରହିଛି । ଏହାର ମୂଲ୍ୟ ସ୍ତର
୧୭୯୯ ଓ ୧୩୯୯୯ ଟଙ୍କା ରଖାଯାଇଛି ।
ଆର୍ଜେଂଟିନା ପାଇଁ ପ୍ରସ୍ତୁତ ଏହି ପୋଷାକର ଉଜ୍ୱଳ ବାଇଗଣୀ ରଙ୍ଗ,
ଜାତୀୟ ପତାକାର ଆଇକନିକକୁ ପ୍ରତିଫଳିତ କରିଥାଏ । ଜର୍ମାନୀ ପାଇଁ
ଏହାର ପ୍ରସ୍ତୁତ ପୋଷାକରେ ମଧ୍ୟ ଉଲ୍ଲେଖନୀୟ ବିଶେଷତ୍ୱ ପ୍ରତିଫଳିତ ହୋଇଥାଏ ।
ଦେଶର ପତାକାର ଚିତ୍ରକଳା ରଙ୍ଗ ପ୍ରଦର୍ଶନ କରେ । ଜାତୀୟ ପତାକାର ରଙ୍ଗ ବ୍ୟବହାର
କରି ପୋଷାକ ଖେଳାଳୀ ମାନଙ୍କୁ ଉତ୍ସାହ ପ୍ରଦାନ କରିବ । ଜାପାନ ପାଇଁ ପ୍ରସ୍ତୁତ
ପୋଷାକରେ ଆମ ଅଭିବ୍ୟକ୍ତିର ପ୍ରତିନିଧିତ୍ୱ କରି ଘରୋଇ ଜର୍ସିରେ ଏକ
ଅଗ୍ରଣୀ ଡିଜାଇନକୁ ରଖାଯାଇଛି । ମେକ୍ସ୍‌ିକୋ ପୋଷାକରେ ଏହାର
ସଭ୍ୟତାକୁ ପ୍ରତିଫଳିତ କରାଯାଇଛି । ଏହି ଜର୍ସିକୁ ମିକ୍ସଟେକ କଳା ସହିତ
ଜାତିର ଯୁଦ୍ଧ ସ୍ପୃହାକୁ ଉଜ୍ଜୀବିତ କରିବା ଶୈଳୀ ରଖାଯାଇଛି । ସେହିପରି

ସ୍ପେନର ପୋଷାକର ସ୍ୱତନ୍ତ୍ରତା ପ୍ରତିପାଦିତ ଫୁଟବଲର ଡିଏନଏରେ । ଏଥିରେ ଦେଶର
୧୯୮୨ର ଲୋଗୋକୁ ରଖାଯାଇଛି । ସବୁ କିଟ ଗୁଡ଼ିକ ପୁରୁଷ, ମହିଳା ଓ
ପିଲାମାନଙ୍କ ପାଇଁ ଟ.୩୨୦୦ରୁ ଆରମ୍ଭ ହୋଇଥାଏ ଓ ଏହାକୁ ଆଦିଦାସ ଷ୍ଟୋରରୁ
କିଣିବାକୁ ମିଳିପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *