ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର
ଭୁବନେଶ୍ୱର,18th April (BNews)ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବାକୁ ନିଷ୍ପତ୍ତି ହୋଇଛି । ସେଲ୍ଫ ଫାଇନାନ୍ସିଂ କୋର୍ସ କାଟଛାଣ୍ଟ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଥିଲା । ମାତ୍ର ୨୦% ପିଲାଙ୍କୁ ସେଲ୍ଫ ଫାଇନାନ୍ସିଂରେ ନେବାକୁ ନିର୍ଦ୍ଦେଶ ଥିଲା । ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା ।