ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ଜେ ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ଜେ ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ

 ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱଯ
୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହାର ବାଲିଆପାଳ ଫିଜିକାଲ ଏଜୁକେସନ୍‌ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ପ୍ରଥମ ବ୍ୟାଚ୍‌ର ପ୍ରଶିକ୍ଷଣ ଆରମ୍ଭ

ବାଲିଆପାଳ, ଅକ୍ଟୋବର ୨୧, ୨୦୨୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ (ଏସ୍‌ପିପିଏଲ୍‌) ପକ୍ଷରୁ ଓଡ଼ିଶାର
ବାଲେଶ୍ୱର ଜିଲ୍ଲାର ବାଲିଆପାଳଠାରେ ଟାଟା ଷ୍ଟିଲର ପ୍ରମୁଖ ଦକ୍ଷତା ବିକାଶ ପ୍ରଶିକ୍ଷଣ ଅନୁଷ୍ଠାନ ଜେ ଏନ୍ ଟାଟା ବୃତ୍ତିଗତ
ପ୍ରଶିକ୍ଷଣ ଅନୁଷ୍ଠାନ (ଜେଏନ୍‌ଟିଭିଟିଆଇ) ର ଏକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶ
ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ । ଏହି ଅନୁଷ୍ଠାନକୁ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିଣ୍ଡେ ଶୁକ୍ରବାର ଦିନ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରକାଶ ସିଂହ, ଟାଟା ଷ୍ଟିଲର ଶିକ୍ଷା ଓ ବିକାଶ ବିଭାଗ ଚିଫ୍ ଜୟ ସିଂହ ପଣ୍ଡା ଏବଂ ବାଲିଆପାଳର ନାଗରିକମାନେ ଉପସ୍ଥିତ ଥିଲେ । ବାଲିଆପାଳର ଫିଜିକାଲ ଏଜୁକେସନ୍ ମହାବିଦ୍ୟାଳୟ (ବିସିପିଇ) କ୍ୟାମ୍ପସରେ ଅବସ୍ଥିତ ଏହି କେନ୍ଦ୍ରରେ ଉନ୍ନତମାନର ଶ୍ରେଣୀଗୃହ ରହିଛି । ଏଠାରେ ଆଗାମୀ ୬ ମାସ ମଧ୍ୟରେ ୫ଟି ବ୍ୟାଚ୍‌ରେ ୧୨୫ ଜଣ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟସ୍ଥଳୀ
ନିରାପତ୍ତା ସୁପରଭାଇଜର, ସିଭିଲ ସୁପରଭାଇଜର ଓ ମେକାନିକାଲ ଫିଟର ବିଭାଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ତେବେ ଆଜି
୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମ ବ୍ୟାଚ୍ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଏହି ପଦକ୍ଷେପ ପାଇଁ ସୁବର୍ଣ୍ଣରେଖା ବନ୍ଦରକୁ ପ୍ରଶଂସା କରି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିଣ୍ଡେ କହିଛନ୍ତି ଯେ, “ବାଲିଆପାଳ ଭଳି ଏକ ଆଭ୍ୟନ୍ତରୀଣ ଅଂଚଳରେ ପ୍ରତିଷ୍ଠିତ ଓ ପେସାଦାର ଢଙ୍ଗରେ ପରିଚାଳିତ ବୈଷୟିକ ଅନୁଷ୍ଠାନ ସ୍ଥାନୀୟ ବାଳକ ଓ ବାଳିକାଙ୍କୁ ସଶକ୍ତ କରିବାରେ ନିଶ୍ଚିତ ଭାବେ ସହାୟକ ହେବ । ଏହାସହିତ ଉକ୍ତ ପ୍ରଶିକ୍ଷଣ ଦ୍ୱାରା ସେମାନଙ୍କ ଦକ୍ଷତାର
ବିକାଶ ହେବା ସହିତ ଓଡ଼ିଶାରେ, ଦେଶ ମଧ୍ୟରେ ଓ ବାହାରେ ଔଦ୍ୟୋଗିକ କ୍ଷେତ୍ରରେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି
କରିବାରେ ଏହା ସହାୟକ ହୋଇପାରିବ ।” ସମସ୍ତ ପ୍ରକାର ସହାୟତା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରକାଶ ସିଂହ କହିଛନ୍ତି ଯେ, “ସ୍ଥାନୀୟ ଅଂଚଳର ଅର୍ଥନୈତିକ ପ୍ରଗତି ସହିତ ଯୁବବର୍ଗମାନଙ୍କ ଦକ୍ଷତାର ବିକାଶ ମାଧ୍ୟମରେ ସେମାନଙ୍କୁ ବର୍ତମାନ ଓ ଭବିଷ୍ୟତରେ ସୃଷ୍ଟି ହେବାକୁଥିବା ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରାଯାଇପାରିବ । ତେବେ ଏ ଦିଗରେ ଜେଏନ୍‌ଟିଭିଟିଆଇ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏହି ଅନୁଷ୍ଠାନ ଦକ୍ଷ ଶ୍ରମଶକ୍ତିର ଆବଶ୍ୟକତା ଓ ଉପଲବ୍ଧତା ମଧ୍ୟରେ ଥିବା ବ୍ୟବଧାନକୁ ପୁରଣ କରିବାରେ ସହାୟତା କରିବ । ଆମ ବନ୍ଦରର ଅଗ୍ରଗତି ସହିିତ ଏଠାରେ ଖୁବ ଶୀଘ୍ର ସୃଷ୍ଟି ହେବାକୁଥିବା ଆଗାମୀ ନିଯୁକ୍ତି ସୁଯୋଗ ପାଇଁ ଉନ୍ନତମାନର
ଶ୍ରମଶକ୍ତି ମଧ୍ୟ ସୃଷ୍ଟି କରାଯାଇପାରିବ ।
ଏହି ଅବସରରେ ଜେଏନ୍‌ଟିଭିଟିଆଇର ନିର୍ଦ୍ଦେଶକ ଭି କେ ବର୍ମା, ଏସ୍‌ପିପି ର ବରିଷ୍ଠ ମହା ପ୍ରବନ୍ଧକ ସମରେନ୍ଦୁ ପଟ୍ଟନାୟକ,
ବିସିପିଇର ସଭାପତି ଅଦ୍ୱେତ କୁମାର ପାତ୍ର ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲର ଏକ ସହଯୋଗୀ ସଂସ୍ଥା ଏସ୍‌ପିପିଏଲ୍ ନିରନ୍ତର ଭାବେ ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶରେ ଯୋଗଦାନ
ଦେଇଆସିଛି । ବର୍ତମାନ ସୁଦ୍ଧା ଜାମସେଦପୁର ଜେଏନ୍‌ଟିଭିଟିଆଇରେ ବାଲିଆପାଳ ଓ ବସ୍ତାର ୧୭ ଜଣ
ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବାବେଳେ ଏହାମଧ୍ୟରୁ ସମସ୍ତ ୧୭ ଜଣ ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି
ପାଇସାରିଛନ୍ତି । ଏହାବ୍ୟତୀତ ଜାମସେଦ୍‌ପୁରଠାରେ ଆଉ ୨ ଜଣ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଜାରି ରହିଛି ।
ଜାମସେଦ୍‌ପୁରରେ ଅବସ୍ଥିତ ଜେଏନ୍‌ଟିଭିଟିଆଇ ଟାଟା ଷ୍ଟିଲର କ୍ଷମତା ବିକାଶ ବିଭାଗ ଦ୍ୱାରା ପରିଚାଳିତ ଏକ
ପବ୍ଲିକ୍ ଚେରିଟେବୁଲ ଟ୍ରଷ୍ଟ । ୨୦୧୫ ମସିହାରେ ଜାମସେଦପୁରଠାରେ ଏହାର ପ୍ରଥମ କେନ୍ଦ୍ର ଖୋଲାଯାଇଥିଲା । ଏହାପରଠାରୁ
ଟାଟା ଷ୍ଟିଲର କାର୍ଯ୍ୟକ୍ଷେତ୍ର ଥିବା ୫ଟି ସ୍ଥାନରେ ଏହାର କ୍ୟାମ୍ପସ୍ ଖୋଲାଯାଇଛି । ଜେଏନ୍‌ଟିଭିଟିଆଇ ଆଶାୟୀ
ନିଯୁକ୍ତିଦାତାଙ୍କ ଆବଶ୍ୟକତାକୁ ଆଧାର କରି ୧୫୦ ଟି ଭିନ୍ନ ଭିନ୍ନ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରୁଛି ।
ସଫଳତାପୂର୍ବକ ପ୍ରଶିକ୍ଷଣ ସମାପ୍ତ କରିବା ପରେ ଜେଏନ୍‌ଟିଭିଟିଆଇ ଟାଟା ଷ୍ଟିଲର ଭେଣ୍ଡର ସହଯୋଗୀ ଓ ଅନ୍ୟ
ସଂସ୍ଥାଗୁଡ଼ିକରେ ପ୍ରଶିକ୍ଷାର୍ଥୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *