ପି.ଏମ.ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ୮୧ ତମ ବାର୍ଷିକ ଉତ୍ସବ

ପି.ଏମ.ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ୮୧ ତମ ବାର୍ଷିକ ଉତ୍ସବ |

କାକଟପୁର ୧୮-୦୪-୨୦୨୫( ବି.ଏନ .ଓ ) :- ବସନ୍ତ ଦାସ, ପି.ଏମ.ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୮୧ ତମ ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି | କାକଟପୁର ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଭାବରେ କାକଟପୁର ସରକାରି ଉଚ୍ଚ ବିଦ୍ୟାଳୟକୁ ବିବେଚନା କରାଯାଇଛି | ଏହି ବିଦ୍ୟାଳୟରେ ପ୍ରତିବର୍ଷ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବାରେ ସୁଯୋଗ ପ୍ରଦାନ କରି ଆସିଛି | କାରଣ ପୂର୍ବତନ କାଳରୁ ଅଦ୍ୟାବଧି ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲା ମାନଙ୍କ ପ୍ରତି ନିଜର ଦାଇତ୍ୱ ଏବଂ କର୍ତ୍ତବ୍ୟ ସଠିକ ଭାବରେ ନିର୍ବାହ କରି ଥାନ୍ତି| ଉତ୍ତମ ବିଦ୍ୟାଳୟ ପରିଚାଳନା ପାଇଁ ନିକଟ ଅତୀତରେ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ମାନ୍ୟତା ମଧ୍ୟ ପାଇ ପାରିଛି| ଗତ କାଲି ସନ୍ଧ୍ୟାରେ ଏହି ବିଦ୍ୟାଳୟ ତାର ୮୧ ତମ ବାର୍ଷିକ ଉତ୍ସବ ପାଳନ କରିଛି | ପୂର୍ବାହ୍ନ ସକାଳ ପ୍ରାୟ ୮ ଘଟିକା ସମୟରେ ପ୍ରାଚୀ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ବିଦ୍ୟାଳୟ ର ୮୧ତମ ଜନ୍ମ ତିଥିରେ ବିଦ୍ୟାଳୟର ଉନ୍ନତି ତଥା ବିକାଶ ପାଇଁ ୮୧ ଟି ଦୀପ ଦାନ କରାଯାଇଥିଲା ଏବଂ ପ୍ରାଚୀର ପତ୍ରିକା ‘ କସ୍ତୁରୀ’ ର ଲୋକାର୍ପଣ, ଆମ ସଂସ୍କୃତି ଆମ ଖେଳନା, ବିଜ୍ଞାନ ପ୍ରଦର୍ଶନୀ, କଳା ପ୍ରଦର୍ଶନୀ, ଆକାଂକ୍ଷା ପାଠ୍ୟକ୍ରମ ପ୍ରଦର୍ଶନୀ ମାନ କାର୍ଯ୍ୟକ୍ରମ ମନ ଅନୁଷ୍ଠିତ ହୋଇଥିଲା| ଅପରାହ୍ନ ସମୟରେ ବିଦ୍ୟାଳୟରେ ମାନ୍ୟ ଗନ୍ୟ ଅତିଥି ମାନଙ୍କୁ ନେଇ ଦ୍ଵିତୀୟ ଅଧିବେଶନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ରାଉତ କରିଥିଲେ ଏବଂ ବିଦ୍ୟାଳୟ ର ବାର୍ଷିକ ବିବରଣୀ ବିଦ୍ୟାଳୟର ଶିକ୍ଷକ ପିତବାସ ଦୀକ୍ଷିତ ପଠନ କରିଥିଲେ| ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ଅତିରିକ୍ତ ନିର୍ଦ୍ଦେଶକ ଡଃ ବିଶ୍ୱଜିତ ଘୋଷ, ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ସମ୍ପାଦକ ‘ଚିର ସନ୍ଧାନ’ ଶ୍ରୀଯୁକ୍ତ ପାର୍ଥ ସାରଥୀ ଅଜୟ ବାରିକ, ଓଡ଼ିଶାର ବିଶିଷ୍ଠ କଣ୍ଠ ଶିଳ୍ପୀ ସୁଶ୍ରୀ ଶୈଳଭାମା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟରୁ ଜିଲ୍ଲା ଏବଂ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପକୌଢ଼ନ,ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା | ସର୍ବ ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା|

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *