ନିମାପଡା ରେ ଗୋଧନ ବାହୁଡା଼ ଯାତ୍ରା
ନିମାପଡା ରେ ଗୋଧନ ବାହୁଡା଼ ଯାତ୍ରା
ନିମାପଡା ୧୭-୦୪-୨୦୨୫(ବି.ଏନ .ଓ ) : (ବସନ୍ତ ଦାସ ) ନିମାପଡା ଥାନା ଓ ଗିରି ଗୋବର୍ଦ୍ଧନ କମିଟି ପକ୍ଷ ରୁ ବୈଶାଖ କୃଷ୍ଣ ପକ୍ଷ ତିଥିରେ ଗୋଧନ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି.. ନିମାପଡା ବଡ ବଜାର ର ଥାନ ପତି ପ୍ରଭୁ ଶ୍ରୀ ଗୋପୀନାଥ ଦେବ, ମାତା ଶ୍ରୀ ରାଧା ରାସ ବାଡ଼ି ମଠ ର ଠାକୁର ରାଧା କାନ୍ତ ଦେବ, ରାସ ବାଡ଼ି ମଠ କୁଞ୍ଜରୁ ଦୁଇଟି ସୁ ସଜ୍ଜିତ ବିମାନ ରେ ଆସି ବିଭିନ୍ନ ସ୍ଥାନରେ ଭୋଗ ଖାଇ ଜଇନାବାଦ ଗ୍ରାମ ଠାରେ ଥିବା ପୂଜା ମଣ୍ଡପ ରେ ଅବସ୍ଥାନ କରିଥିଲେ. ତାପରେ କୁଶଭଦ୍ରା ନଦୀରେ ଯମୁନା ସ୍ନାନ କରି ଥିଲେ. ସେଠାରେ ଯଥାବିଧି ଠାକୁରଙ୍କ ନିତୀ କାନ୍ତି, ପୂଜା ଚର୍ଣ୍ଣା ଅନୁଷ୍ଠିତ ହୋଇଥିଲା. ସନ୍ଧ୍ୟା ପରେ ଥାନା ପକ୍ଷ ରୁ ନିମନ୍ତ୍ରଣ କରାଯାଇ ଠାକୁରଙ୍କୁ ଜଇନା ବାଦ ଗ୍ରାମରୁ ସୁ ସଜ୍ଜିତ ବିମାନ ରେ ଥାନା ସମ୍ମୁଖ ଗୋ ଧନ ବାହୁଡା଼ ମଣ୍ଡପ ରେ ବିଜେ କରାଯାଇଥାଏ.ନିମାପଡା ପୋଲିସ ଏସ ଡି ପି ଓ ଜନା ର୍ଦ୍ଧନ ପାଢ଼ୀ. ଥାନା ଅଧିକାରୀ ବାମଦେବ ସ୍ୱାଇଁ ଙ୍କ ତତ୍ୱାବଧାନରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା. ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି ଯୋଗ ଦେଇଥିଲେ