ତୃତୀୟ ଲହର ପାଇଁ ସମୀକ୍ଷା ବୈଠକ, ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ଆହ୍ୱାନ

ଭୁବନେଶ୍ୱର: କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ତୃତୀୟ ଲହର ପାଇଁ ସମୀକ୍ଷା ବୈଠକ । ସାମ୍ଭାବ୍ୟ କରୋନାର ତୃତୀୟ ଲହରର ପ୍ରସ୍ତୁତି ନେଇ ହୋଇଥିଲା ଆଲୋଚନା । ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡିବ । ରାଜ୍ୟରେ କରୋନା ସଂକ୍ରମଣ କିଭଳି କମିବ ତାହା ଦେଖିବାକୁ ପଡିବ । ତାପାଇଁ ଟିକାକରଣ ଚାଲୁଛି, ସର୍ଭିଲାନ୍ସ ଚାଲୁଛି ଏବଂ ଶିଶୁଙ୍କ ଚିକିତ୍ସା ଉପରେ ଦିଆଯିବ ଗୁରତ୍ବ । ଏଥିରେ 3ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି । ଯାହା ଚିକିତ୍ସା ଭିତ୍ତିଭୂମି, ଅକ୍ସିଜେନ ଏବଂ ତାଲିମ । ଯଦି କଟକଣା ନ ମାନିବା ତେବେ ସଂକ୍ରମଣ ବଢିବାର ଚାନ୍ସ ଅଧିକ ରହୁଛି । ଏହାକୁ ବ୍ରେକ କରିବାର ଗୋଟିଏ ବାଟ ହେଉଛି ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା । ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ଆବଶ୍ୟକତା ନଥିଲେ ଘରେ ରୁହନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *