ଜେକେ ଟାୟାର ପକ୍ଷରୁ କମର୍ସିଆଲ୍ ଯାନ ପାଇଁ ନୂଆ ଉତ୍ପାଦର ଶୁଭାରମ୍ଭ

ଜେକେ ଟାୟାର ପକ୍ଷରୁ କମର୍ସିଆଲ୍ ଯାନ ପାଇଁ ନୂଆ ଉତ୍ପାଦର ଶୁଭାରମ୍ଭ

ଭୁବନେଶ୍ୱର: ଟ୍ରକ୍ ବସ୍ ରାଡିଆଲ୍ ଟାୟାରର ଅଗ୍ରଣୀ ସଂସ୍ଥା ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଦୁଇଟି ନୂଆ ଉତ୍ପାଦ- ଜେଟ୍‌ଷ୍ଟିଲ୍ ଜେଡିଏଚ୍ ଏକ୍ସଏମ୍ ଓ ଜେଟ୍‌ୱେ ଜେୟୁସି ଏକ୍ସଏମ୍‌ର ଶୁଭାରମ୍ଭ ସହ ଏହାର ରାଡିଆଲ୍ ଟାୟାର ପୋର୍ଟଫୋଲିଓର ସମ୍ପ୍ରସାରଣ କରାଯାଇଛି । ପରିବହନକାରୀମାନଙ୍କ ଲାଗି ଅଭିବୃଦ୍ଧି ସୁଯୋଗକୁ ହାସଲ କରିବା ଏବଂ ବର୍ଦ୍ଧିତ
କଂଚାମାଲ୍ ଦାମ୍‌ର ମୁକାବିଲା କରିବା ଲାଗି ଜେକେ ଟାୟାର ପକ୍ଷରୁ ଏହି ଉତ୍ପାଦଗୁଡ଼ିକୁ ବିକଶିତ କରାଯାଇଛି ଯାହା ଗ୍ରାହକମାନଙ୍କୁ
ଦୀର୍ଘମିଆଦୀ ଲାଭ ପ୍ରଦାନ କରିବ । ଅଲ୍‌-ହ୍ୱିଲ୍ ଫିଟ୍‌ମେଂଟ୍ ଟାୟାରକୁ ନେଇ ରହିଥିବା ଚାହିଦା ଓ ଲମ୍ବା ଜୀବନର ଟାୟାରକୁ ନେଇ ଗ୍ରାହକଙ୍କ ରହିଥିବା ଆଶାକୁ ପୂରଣ କରିବା ଲାଗି କଂପାନି ପକ୍ଷରୁ ପରବର୍ତୀ ପିଢ଼ିର ସେମି-ଲଗ୍ ଟାୟାର ଜେଟ୍‌ୱେ ଜେୟୁସି
ଏକ୍ସଏମ୍‌କୁ ଉପସ୍ଥାପନ କରାଯାଇଛି । ଇଭେନ୍‌-ଓୟାର ଭାବେ ପ୍ରସ୍ତୁତ ଏହି ଟାୟାର ଉତମ ଇନ୍ଧନ ମିତବ୍ୟୟିତା ପ୍ରଦାନ କରିବ ଏକ ପ୍ରିମିୟମ୍ ଟାୟାର ଜୀବନ ପ୍ରଦାନ କରିବ ଯାହା ଟ୍ରକ୍ ମାଲିକଙ୍କ ପାଇଁ ମାଲିକାନା ଖର୍ଚକୁ ହ୍ରାସ କରିବ । କଂପାନି ପକ୍ଷରୁ ଜେଟ୍‌ଷ୍ଟିଲ୍ ଜେଡ୍‌ଡିଏଚ୍‌-ଏକ୍ସଏମ୍‌କୁ ମଧ୍ୟ ଉପସ୍ଥାପନ କରାଯାଇଛି ଦେଶରେ ଲମ୍ବା ସମୟ ପାଇଁ ଦରକାର ହେଉଥିବା ଆବଶ୍ୟକତାକୁ ପୂରଣ
କରିବ । ଏଥିରେ ଥିବା ଉନ୍ନତ ଟ୍ରେଡ୍ କମ୍ପାଉଣ୍ଡ୍ ଓ ହାଇ ଟ୍ରେଡ୍ ଗଭୀରତା ଉଚ୍ଚ ଟାୟାର ଜୀବନ ପ୍ରଦାନ କରିବାକୁ ପ୍ରସ୍ତୁତ କରାଯାଇଛି । କ୍ଷେତ୍ରର ପ୍ରଥମ “ଜେଟ୍‌-ଅକ୍ଟ ପ୍ରଯୁକ୍ତି’କୁ ଏଥିରେ ବ୍ୟବହାର କରାଯାଇଛି ଯାହା ଅଧିକ ଦୃଢ଼ତା ଓ ରିଟ୍ରେଡେବିଲିଟି ପ୍ରଦାନ କରିବ । ଏ ସମ୍ପର୍କରେ ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସଭାପତି (ଭାରତ) ଶ୍ରୀଯୁକ୍ତ ଅନୁଜ କାଠୁରିଆ କହିଛନ୍ତି ଯେ, “ନୂଆ ପ୍ରଯୁକ୍ତିର ଅଭ୍ୟୁଦୟ ଓ ନୂଆ ନିୟମ ଲାଗୁ କରାଯାଉଥିବାରୁ ଭାରତରେ ଟାୟାର ଶିଳ୍ପ ଦୃଶ୍ୟପଟ୍ଟ ନିୟମିତ ଭାବେ ଉଦୟ ହେଉଛି । ଉନ୍ନତ ପ୍ରଯୁକ୍ତି ବିକାଶରେଆଗରେ ରହି, ଜେକେ ଟାୟାରରେ ଆମେ ଗ୍ରାହକମାନଙ୍କ ଲାଗି ଶ୍ରେଷ୍ଠ ମାନର ଉତ୍ପାଦ ଉପସ୍ଥାପନ ଓ ପ୍ରଦାନ କରି ସର୍ବଦା ଆଗରେ ରହିବାକୁ ପ୍ରତିବଦ୍ଧ ରହିଛୁ । ପୂର୍ବ ଭାରତ ଆମ ପାଇଁ ହେଉଛି ଏକ ଉଦୀୟମାନ ସୁଯୋଗ ଓ ଆମେ ଉତ୍ପାଦ ବିକାଶ ଲାଗି ଆମେ ଯଥାର୍ଥତା ସହ କାମ କରୁଛୁ ଯାହା ଖର୍ଚ କମ୍ କରିବା ସହ ଲମ୍ବା ଜୀବନକୁ ନିଶ୍ଚିତ କରୁଛି । ଆମର ବିଶ୍ୱାସ ରହିଛି ଯେ ଆମର ଏହି ନୂତନ ଉତ୍ପାଦ ଏହି ଅଂଚଳରେ ଆମ ସ୍ଥିତିକୁ ଆହୁରି ଦୃଢ଼ କରିବ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *