ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଭାରତୀୟ ପୋଲିସ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିବା ଜଳଦ କୁମାର ତ୍ରିପାଠୀ ହୋଇଛନ୍ତି ନୂଆ ମୁଖ୍ୟ ସୂଚନା କମିଶନର  । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି ବିଜ୍ଞପ୍ତି  । ପୂର୍ବରୁ ଜଳଦ କୁମାର ତ୍ରିପାଠୀ ପୋଲିସ ସେବାରୁ ଅବସର ଗ୍ରହଣ କରିଥିଲେ  ।  କିନ୍ତୁ ବରିଷ୍ଠ ଅବସର ପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କ ନାମ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା  । ୧୯୮୫ ମସିହା ବ୍ୟାଚ୍ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ପୂର୍ବରୁ ଅନେକ ବିଭାଗକୁ ଦକ୍ଷତାର ତୁଲାଇଛନ୍ତି  । ପୋଲିସ ପ୍ରଶାସନିକ ସେବାରେ ଜଳଦ କୁମାର ତ୍ରିପାଠୀଙ୍କ ଅନେକ ଅଭିଜ୍ଞତା ରହିଛି  । ତେଣୁ ତାଙ୍କ ନାମକୁ ଚୟନ କମିଟି ସୁପାରିସ କରିଥିଲେ  । ରାଜ୍ୟପାଳ ଆଜି ଅନୁମୋଦନ ମାରିବା ପରେ ଜଳଦ କୁମାର ତ୍ରିପାଠୀ ନୂତନ ସୂଚନା କମିଶନର ହୋଇଛନ୍ତି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *