ଜଗତପୁର ଆନନ୍ଦ ମାର୍କେଟ ନିର୍ମାଣ କାର୍ଯ୍ୟରେ ଦୁର୍ଘଟଣା: ଦୁଇ ମହଲା ଉପରୁ ଖସିଲା ଇଟା ୫ ଆହତ ।

ଜଗତପୁର ଆନନ୍ଦ ମାର୍କେଟ ନିର୍ମାଣ କାର୍ଯ୍ୟରେ ଦୁର୍ଘଟଣା: ଦୁଇ ମହଲା ଉପରୁ ଖସିଲା ଇଟା ୫ ଆହତ ।

ଜଗତପୁର:09.09.23 (BREAKING NEWS ODIA): ସିଏମସି ୪୯ନମ୍ବର ୱାର୍ଡ ଜଗତପୁର ସ୍ଥିତ କେନ୍ଦ୍ରାପଡା ରୋଡ, ନିୟୁ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଜଗତପୁର ଆନନ୍ଦ ମାର୍କେଟରେ ଥିବା ସୋନୁ ମୋଟର୍ସ ନାମକ ଗାଡ଼ି ସୋରୁମର ବାହାରେ ପ୍ରୋଫାଇଲ ଟିଣ ଛାତ କାମ ଚାଲୁଥିଲା । ହଠାତ ସୋରୁମ ଉପର ଅର୍ଦ୍ଧ ନିର୍ମିତ ଦୁଇ ମହଲା ଉପରୁ ଏକ ଇଟା ଭାଡା ଖସି ପଡ଼ିବାରୁ ନିର୍ମାଣ ପାଇଁ ପ୍ରସ୍ତୁତ କରାଯାଇଥିବା ସେଡଟି ସମ୍ପୂର୍ଣ୍ଣ ଭୂସୁଡି ପଡିଥିଲା । ଫଳରେ ଏଥିରେ ସୋରୁମ ମ୍ୟାନେଜର, ପାଖରେ ଥିବା ଦୋକାନୀ, ସେଡ ପ୍ରସ୍ତୁତ କରୁଥିବା ଠିକାଦାରଙ୍କ ସହ ୨ଜଣ ଶ୍ରମିକ ମୋଟ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲ ପଠାଯାଇଥିବା ବେଳେ ୩ ଜଣଙ୍କୁ ଜଗତପୁରସ୍ଥିତ ସଦଗୁରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ସୋରୁମ ମ୍ୟାନେଜର ୟଶବନ୍ତ ଦି୍ୱବେଦୀ, ପାଖ ଦୋକାନୀ ସମୀର କୁମାର କର, ଠିକାଦାର ସ୍ୱାଧିନ ମହାପାତ୍ର ଏବଂ ଆଉ ଦୁଇ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ଏହି ଆନନ୍ଦ ର୍ମାକେଟଟିକୁ ପ୍ରାୟ ୨୫ ବର୍ଷ ହେବ ଗଢିଉଠିଥିବା ବେଳେ ଏହି ଅର୍ଦ୍ଧ ନିର୍ମିତ ଦୁଇ ମହଲାଟିକୁ ପ୍ରାୟ ୨୦ ବର୍ଷ ଧରି ପଡ଼ିରହିଛି । ଯାହା ଫଳରେ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *