ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼

ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼

କଟକ:12.09.234(BREAKING NEWS ODIA .):Report by Bijay kumar panda କଟକ ସହରରେ ବର୍ଷକୁ ବର୍ଷ ଚାନ୍ଦିମେଢ଼ର ସଂଖ୍ୟା ବୃଦ୍ଧି ପାଇବା ସହ ରୌପ୍ୟନଗରୀ ମାନ୍ୟତାର ଗାରିମା ବୃଦ୍ଧି କରିପାରିଛି । ଗତବର୍ଷ କଟକର ଚାନ୍ଦି ମେଢ଼ ସଂଖ୍ୟା ୨୮ରେ ଥିଲାବେଳେ ଚଳିତ ବର୍ଷ ଏହା ୩୨କୁ ବୃଦ୍ଧି ପାଇଛି ବୋଲି କଟକ ମହାନଗର ଶାନ୍ତି କମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି । ସେହି ମେଢ଼ଗୁଡିକ ହେଲା-ଚୌଧୁରୀବଜାର, ଶେଖବଜାର, ଅଲିଶାବଜାର, ବାଲୁବଜାର, ଚାଉଳିଆଗଞ୍ଜ, ଚାନ୍ଦିନୀଚୌକ, ବାଦାମବାଡ଼ି (ମହାଦେବ), କାଜିବଜାର, ବଖରାବାଦ (ଛିନମସ୍ତା କାଳୀ), ଫିରିଙ୍ଗିବଜାର, କାଠଗଡାସାହି, ନୟାସଡ଼କ (ମହାଦେବ), ଖଟବିନସାହି, ତୁଳସୀପୁର (ମହାଦେବ), ବୁଢ଼ୀଠାକୁରାଣୀ-କାଳୀଗଳି, ହରିପୁର-ଦୋଳମୁଣ୍ଡାଇ, ପୀଠାପୁର (କାଳୀୟ-ଦଳନ), ଗଙ୍ଗାମନ୍ଦିର, ଗଣେଶଘାଟ (ମହାଦେବ), ମାଛୁଆବଜାର, ମଙ୍ଗଳାବାଗ, ରାଣୀହାଟ, ଦରଘାବଜାର, ଛତ୍ରବଜାର, ଖାନନଗର, ଶିଖରପୁର, କଲେଜଛକ, ବିଡାନାସୀ ଏବଂ ଚଳିତ ବର୍ଷ ନୂତନ ଭାବେ କଫଲାବଜାର, ମହମ୍ମଦିଆବଜାର, ନିମସାହି-ହରିଜନସାହି (ମହାଦେବ) ସମ୍ପୂର୍ଣ୍ଣ ହୋଇଥିବାବେଳେ ନିମଚୌଡ଼ି (ହର-ପାର୍ବତୀ) ମେଢ଼ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ବ୍ୟତୀତ କେତେକ ମଣ୍ଡପରେ ମା’ଙ୍କର ନୂତନ ମୁକୁଟ ସହ ସୁନାର ଅଳଙ୍କାର ମଧ୍ୟ ନିର୍ମାଣ ହୋଇଛି ଏବଂ ସୁନାମେଢ଼ କରିବାର ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି । କେତେକ ମଣ୍ଡପରେ ଲକ୍ଷ୍ମୀ ଏବଂ ଗଣେଶଙ୍କ ଚାନ୍ଦିମେଢ଼ ଶୋଭା ପାଇବା ସହିତ କିଛି ମଣ୍ଡପରେ ନୂତନଭାବେ ନିର୍ମାଣ କାର୍ଯ୍ୟ ଚାଲିଛି । ଦୋଳଯାତ୍ରାରେ ସହରର ପ୍ରାୟ ୨ଠ/୨୫ଟି ଚାନ୍ଦି ବିମାନ ଦୋଳ ମେଲଣମାନଙ୍କରେ ଦେଖିବାକୁ ମିଳିଛି । ପ୍ରତି ବର୍ଷ କଟକରେ ସୁନା ଚାନ୍ଦି ମେଢ଼ର ପ୍ରତିଯୋଗିତା ଚାଲିଥିବାବେଳେ ଚଳିତ ବର୍ଷ ରାଉସା ପାଟଣା ଦୁର୍ଗାମଣ୍ଡପରେ ପ୍ରଥମ କରି କାଚ ନିର୍ମିତ ମେଢ଼ ଶୋଭାପାଇବ । ଚଳିତ ବର୍ଷର ଏହା ମୁଖ୍ୟ ଆକର୍ଷଣ ହେବ ବୋଲି ପୂଜା ମଣ୍ଡପ ପକ୍ଷରୁ କୁହାଯାଇଛି । ସହରରେ ଚାନ୍ଦିମେଢ଼କୁ ନେଇ ସାରା ବିଶ୍ୱରେ କଟକ ସହର ରୌପ୍ୟ ନଗରୀର ପରିଚୟ ପାଇଥିବା ମାନ୍ୟତାକୁ ମହାନଗରବାସୀ କାର୍ଯ୍ୟରେ ପରିଣତ କରିଛନ୍ତି ବୋଲି ଶ୍ରୀ ଦାସ ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *