ଗୋଦରେଜ୍ ମାଇକ୍ରୋଓଭେନ୍ ସହ ଏହି ଉତ୍ସବ ଋତୁରେ ପସନ୍ଦର ଫ୍ରାଏଡ୍ ଫୁଡ୍ ଉପଭୋଗ କରନ୍ତୁ

ଗୋଦରେଜ୍ ମାଇକ୍ରୋଓଭେନ୍ ସହ ଏହି ଉତ୍ସବ ଋତୁରେ ପସନ୍ଦର ଫ୍ରାଏଡ୍ ଫୁଡ୍ ଉପଭୋଗ କରନ୍ତୁ

ଭୁବନେଶ୍ୱର: ଉତ୍ସବ ଋତୁ ଜାରି ରହିଥିବାରୁ ଖାଇବା ପିଇବାକୁ ନେଇ ଆଗ୍ରହ ଉଚ୍ଚରେ ରହିଛି । ଗୋଦରେଜ୍‌ର ମାଇକ୍ରୋଓଭେନ୍‌ରେ ଥିବା ଅଏଲ୍‌- ଫ୍ରି ହେଲ୍‌ଦି ଫ୍ରାଏ ମୋଡ୍ ଏହାକୁ ଏକ ସଠିକ୍ ୨-ଇନ୍‌-୧ ମେସିନ୍‌ରେ ପରିଣତ କରିଛି, ଯାହା ଦ୍ୱାରା ନିଜ ପସନ୍ଦର ଖାଦ୍ୟ ତିଆରି କରିବା ଲାଗି ଏକାଧିକ ଆପ୍ଲାଏନ୍‌ସେସ୍ ବ୍ୟବହାର କରିବାକୁ ପଡ଼ିବନି । ଏହାର ଉନ୍ନତ କୁକିଂ ପ୍ରଯୁକ୍ତି ଆପଣମାନଙ୍କୁ ପସନ୍ଦର ଫ୍ରାଏଡ୍ ଫୁଡ୍ ଯଥା ଫ୍ରେଂଚ୍ ଫ୍ରାଇଜ୍‌, ସମୋସା, ପକୋଡା ଏବଂ କଟଲେଟ୍ ଆଦି ରୋଷେଇ କରିବାର ସୁବିଧା ପ୍ରଦାନ
କରିବ ଏବଂ ପାରମ୍ପରିକ ରୋଷେଇ ପଦ୍ଧତି ତୁଳନାରେ ଏଥିରେ ୯୦% କମ୍ ତେଲ ଖର୍ଚ୍ଚ ହେବ । ଅଏଲ୍‌-ଫ୍ରି ହେଲ୍‌ଦି ମୋଡ୍‌ରେ ଏକ ଉଚ୍ଚ ୱାଟ୍‌ର କ୍ୱାର୍ଜ ଏବଂ ଏଲିମେଂଟାରି ହିଟର ରହିଛି ତାହା ଉତାପ ଜାରି କରିଥାଏ ଏବଂ ଉପର ଭାଗରେ ଥିବା ଫ୍ୟାନ୍ ସେହି ଉତାପକୁ ଖାଦ୍ୟ କମ୍ପାର୍ଟମେଂଟ୍ ପର୍ଯ୍ୟନ୍ତ ପହଂଚାଇଥାଏ । ମାଇକ୍ରୋୱେଭ୍ ଓଭେନ୍‌ର କ୍ୟାବିନେଟ୍‌ର କ୍ଷମତା ଅଧିକ ଥିବାରୁ ତିନି ଗୁଣା ଅଧିକ ଖାଦ୍ୟ ଏଥିରେ ରୋଷେଇ କରିହେଉଛି ଏବଂ ୩୩% କମ୍ ସମୟ ଲାଗୁଛି । ଏଥିରେ ବିଭିନ୍ନ ପ୍ରକାରର ମୋଡ୍ ଏବଂ ପ୍ରି- ସେଟ୍ ମେନୁ ରହିଛି ଯାହା ଫ୍ରାଏ, ଗ୍ରିଲ, ବେକିଂ, ରୋଷ୍ଟିଂ, ଟୋଷ୍ଟିଂ, ଷ୍ଟିମିଂ ଏବଂ ବଏଲିଂ ଆଦି କାର୍ଯ୍ୟ ପାଇଁ ବେଶ ଉପଯୁକ୍ତ ।
ଏ ସଂକ୍ରାନ୍ତରେ ଗୋଦରେଜ୍ ଆଣ୍ଡ୍ ବଏସ୍‌ର ପ୍ରମୁଖ କଂପାନି ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି ଯେ, “ମହାମାରୀ ପରେ ଭାରତୀୟମାନେ ସାଧାରଣରେ ଅଧିକ ସ୍ୱାସ୍ଥ୍ୟ ସଚେତନ ହୋଇପଡ଼ିଛନ୍ତି । ଏହା ସେମାନଙ୍କ କିଣାକିଣି ଏବଂ ପସନ୍ଦରେ ହୋଇଥିବା ପରିବର୍ତନରୁ ଜଣାପଡ଼ିଛି । ମହାମାରୀ ପରେ ଏକ ବର୍ଗ ଭାବେ ମାଇକ୍ରୋଓଭେନରେ ବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷରେ ଏହି ବର୍ଗରେ ଆମେ ୧୫%ରୁ ଅଧିକ ବୃଦ୍ଧି ଆଶା କରୁଛୁ । ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ରେ ଆମେ ଚିନ୍ତାଶୀଳ ଭାବେ ପ୍ରସ୍ତୁତ ସମାଧାନ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ଗ୍ରାହକମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣରେ ଉନ୍ନତି ଆଣିପାରିବ । ଆମର ପାରମ୍ପରିକ ମାଇକ୍ରୋଓଭେନ୍‌ରେ ଥିବା ଅଏଲ୍‌-ଫ୍ରି ହେଲ୍‌ଥ ଫ୍ରାଏ ମୋଡ୍ ତାହାର ହେଉଛି ଏକ ସ୍ପଷ୍ଟ ଉଦାହରଣ । ଗ୍ରାହକମାନଙ୍କ ରୋଷେଇ ଘରେ ସ୍ଥାନାଭାବ ବିଷୟରେ ଆମେ ସଚେତନ ଅଛୁ ଏବଂ ଆମେ ଏହା ମଧ୍ୟ ବୁଝୁଛୁ ଯେ ଫିଟନେସ୍ ଚାହୁଥିବା ଗ୍ରାହକମାନେ ଖାଉଥିବା ଖାଦ୍ୟର ସ୍ୱାଦ ଓ ପ୍ରକାରରେ ସାଲିସ କରୁଛନ୍ତି । ଆମର ଅଲ ଇନ୍ ୱାନ୍ ସହଜରେ ବ୍ୟବହାରଯୋଗ୍ୟ ମାଇକ୍ରୋଓଭେନ୍ ସ୍ୱାଦ କିମ୍ବା ପ୍ରକାର ସହିତ ସାଲିସ୍ ନକରି ସେମାନଙ୍କ ଉତମ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଯାତ୍ରା ପ୍ରତି ସହାୟକ ହେବ ।’’ ଏହି ମାଇକ୍ରୋଓଭେନ୍ ବିଭିନ୍ନ ରଙ୍ଗ ଭାରିଆଂଟ୍ ଏବଂ ୨୦ ଲିଟର, ୨୩ ଲିଟର, ୨୫ ଲିଟର, ୨୮ ଲିଟର, ୩୦ ଲିଟର, ୩୩ ଲିଟର ଏବଂ ୩୪ ଲିଟର ଭଳି ଏକାଧିକ କ୍ଷମତାରେ ଉପଲବ୍ଧ ହେଉଛି ଯାହା ସବୁ ପ୍ରକାର ରୋଷେଇ ଘରର ଆବଶ୍ୟକତା ପୂରଣ କରିପାରିବ । ମ୍ୟାଗ୍ନେଟ୍ରନ ଉପରେ ୫ ବର୍ଷର ଏବଂ ପୁରା
ମାଇକ୍ରୋଓଭେନ୍ ଉପରେ ୧ ବର୍ଷର ୱାରେଂଟି ପ୍ରଦାନ କରାଯାଉଛି । ଏହାକୁ ସହଜରେ ଆମାଜନ୍‌,ଫ୍ଲିପକାର୍ଟ ଏବଂ ଅଫ୍‌ଲାଇନ୍ ଷ୍ଟୋରଗୁଡ଼ିକୁ କିଣିହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *