ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ପୁଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସର କର୍ମଚାରୀ

ସମ୍ବଲପୁର, 27th April,(Bnews):: କିଛି ଦିନ ତଳେ ସମ୍ବଲପୁର ଜିଲ୍ଲାରେ ଜଣେ କିଡନୀ ରୋଗୀଙ୍କୁ ରକ୍ତ ଦାନ କରି ତାଙ୍କ ଜୀବନ ରକ୍ଷା କରିଥିଲେ ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଆଜି ପୁଣି ଜଣେ ଗର୍ଭବତୀଙ୍କୁ ରକ୍ତ ଦାନ କରି ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଆଉ ଜଣେ କର୍ମଚାରୀ । ଘଟଣାନୁଯାୟୀ ସମ୍ବଲପୁର ଜିଲ୍ଲା ନକ୍ତିଦେଉଳ ଅଂଚଳର ରଞ୍ଜିତ ବିଶିଙ୍କ ସ୍ତ୍ରୀ କୁନ୍ତଳା ମାଝୀ(୨୫ ବର୍ଷ) ନାମକ ଜଣେ ମହିଳାଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା କାରଣରୁ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି କରଯାଇଥିଲା । ଏହି ସମୟରେ ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ଏସ.ସି.ଘଢ଼େଇ ମହିଳାଙ୍କ ସ୍ୱାମୀଙ୍କୁ ରକ୍ତ ଯୋଗାଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବ ବୋଲି ସେ ଚେତାଇଦେଇଥିଲେ । ଏହି ରୋଗୀ ଜଣଙ୍କର ବ୍ଲଡ ଗ୍ରୁପ ଓ’ ପଜିଟିଭ ଥିଲା, ଯାହାକି ସେହି ସମୟରେ ଡାକ୍ତରଖାନାର ବ୍ଲଡବ୍ୟାଙ୍କରେ ଉପଲବ୍ଧ ନଥିଲା ଏବଂ ଏଭଳି ପରିସ୍ଥିତିରେ ରୋଗୀଙ୍କ ସ୍ୱାମୀ ଉପାୟଶୂନ୍ୟ ହୋଇପଡ଼ିଥିଲେ । ଏହି ସମୟରେ ରେଢ଼ାଖୋଲ ଅଂଚଳର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ଗ୍ରିଭେଆନ୍ସ ବୈଠକ ରେ ଯୋଗ ଦେବା ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ଆସିଥିଲେ । ସୌଭାଗ୍ୟବସତଃ ଏମାନଙ୍କ ସହିତ ଆସିଥିବା ୧୦୮ ଆମ୍ବୁଲାନ୍ସ ପାଇଲଟ ଅଭିଶେକ ପ୍ରଧାନଙ୍କ ବ୍ଳଡ ଗ୍ରୁପ ମଧ୍ୟ ଓ’ ପଜିଟିଭ ଥିଲା । ତେଣୁ ଯେତେବେଳେ ଅଭିଶେକ ଏହି ରୋଗୀଙ୍କ ସକ୍ରାନ୍ତରେ ଜାଣିବାକୁ ପାଇଲେ ସେ ତୁରନ୍ତ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ ଏବଂ ମହିଳାଜଣଙ୍କୁ ରକ୍ତ ଦାନ କଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ଯୋଗୁଁ ଆଜି ଏକ ବହୁମୂଲ୍ୟ ଜୀବନ ବଂଚିଯାଇଛି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *