ଖସୁଛି ପାରଦ:ଥରିବ ସାରା ଓଡିଶା

ଖସୁଛି ପାରଦ:ଥରିବ ସାରା ଓଡିଶା

ପାଣିପାଗ ବଦଳିବା ପରେ ପାରଦ ଖସୁଛି। ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏଥି ପାଇଁ ସାରା ଓଡ଼ିଶା ଥରୁଛି। ପାଣିପାଗ ବିଭାଗ ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ଚେତାବନୀ ଦେଇଛି।

ଭୁବନେଶ୍ୱର ୧୪-୧୨-୨୦୨୪(ବି.ଏନ ଓ ) :  ରାଜ୍ୟରେ ପାଣିପାଗ ବଦଳିବା ପରେ ପାରଦ ଖସୁଛି। ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏଥି ପାଇଁ ସାରା ଓଡ଼ିଶା ଥରୁଛି। ପାଣିପାଗ ବିଭାଗ ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା। ଆସନ୍ତା ୨୪ ଘଣ୍ଟାାରେ  ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି।  ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୨ ଜିଲ୍ଲାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ଆସନ୍ତା ୨୪ ଘଂଟାରେ କଲାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମଧରଣର କୁହୁଡି ପଡ଼ିବାର ସମ୍ଭାବନା ଅଛି। ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତନ ହେବାର ନାହିଁ। ପରେ ୨ ରୁ ୫ ଡିଗ୍ରି  ତାପମାତ୍ରା ବୃଦ୍ଧି ହେବାର ଅଛି।  

୩୦ ଯାଏଁ ଉତ୍ତରରେ ‘ଥଣ୍ଡା ଦିନ’ ପରିସ୍ଥିତି
NEWS BY SASHIBHUSAN CHAINI

ଗତ ୨୪ ଘଂଟାରେ କିଛିକିଛି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ସହ ଶୀତର ପ୍ରକୋପ ଅନୁଭୂତ ହେଉଥିବା ବେଳେ ରାଉଲକେଲାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ ହୋଇଛି। ସେହିପରି ପାହାଡ଼ିଆ ଅଂଚଳ ଜି ଉଦୟଗିରିରେ ୫.୨ ଡିଗ୍ରି  ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪ ଓ କଟକରେ ୧୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

-ମନୋରମା  ମହାନ୍ତି, ନିର୍ଦେଶିକା, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ପାଣିପାଗ ବିଭାଗ କହିଛି, ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୧୭ ଠାରୁ ପୁଣି ରାଜ୍ୟରେ ବର୍ଷାର ସମ୍ଭାବନା ଅଛି। ବାୟୁର ଦିଶା ପରିବର୍ତ୍ତନକୁ ନେଇ ବଙ୍ଗୋପ ସାଗରରୁ ରାଜ୍ୟ ମଧ୍ୟକୁ ଯେଉଁ ବାୟୁ ପ୍ରବାହିତ ହେଉଛି। ଏହାଦ୍ୱାରା ଆଦ୍ରତାର ପରିମାଣ ରହୁଛି। ଫଳରେ ଆକାଶ ମେଘୁଆ ସହ କାଁଭାଁ ବର୍ଷା ସମ୍ଭାବନା ରହିଛି। ୧୭ ତାରିଖରେ ବର୍ଷା ସମ୍ଭାବନାକୁ ନେଇ ଗଜପତି, ଗଂଜାମ, ପୁରୀ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ ତାରିଖରେ ଗଜପତି, ଗଂଜାମ, ପୁରୀ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୨୦ ତାରିଖ  ପରଠୁ ପାଗରେ ଶୁଖିଲା ଆସିବା ବୋଲି ପୂର୍ବାନୁମାନ କରାଯାଇଛି। 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *