ଓଡେସା ବିମାନ ବନ୍ଦର ଉଡ଼ାଇଲା ରୁଷ, ପ୍ରତିଶୋଧ ନେଲା ୟୁକ୍ରେନ

କିଭ୍‌,1st May,(Bnews): ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଗତ ଦୁଇ ମାସରୁ ଅଧିକ ଦିନ ହେବ ଜାରି ରହିଛି ଯୁଦ୍ଧ। ଏହି ଯୁଦ୍ଧ ୟୁକ୍ରେନ୍‌କୁ ଛାରଖାର କରିଦେଲାଣି। ଏତେ ସବୁ ପରେ ବି ୟୁକ୍ରେନ୍‌ ମୁଣ୍ଡ ନୁଆଁଇବାକୁ ନାରାଜ। ଅଧାରୁ ଅଧିକ ସହର ନଷ୍ଟ ହୋଇଯାଇଥିଲେ ସୁଦ୍ଧ ରୁଷ ସେନାକୁ କଡା ଟକ୍କର ଦେବାକୁ ଏବେବି ଦମ୍ଭ ଧରି ଠିଆ ହୋଇଛି ୟୁକ୍ରେନ।

ଏହାରି ଭିତରେ ତାଜା ରିପୋର୍ଟ ମୁତାବକ, ୟୁକ୍ରେନ୍‌ର ଓଡେସା ବିମାନ ବନ୍ଦରକୁ ଧ୍ୱଂସ କରିଦେଇଛି ରୁଷ। ଅଧିକୃତ କ୍ରିମିୟାରୁ ରୁଷ ଏହି ରକେଟ୍ ମାଡ କରି ବିମାନବନ୍ଦରକୁ ଉଡାଇ ଦେଇଥିବା ଓଡେସା ଆଞ୍ଚଳିକ ରାଜ୍ୟପାଳ କହିଛନ୍ତି। ତେବେ ଏହି ରକେଟ୍‌ ମାଡରେ କେହି ମୃତାହତ ହୋଇନଥିବା ଖବର ରହିଛି। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷଠାରୁ ବିମାନବନ୍ଦର ଧ୍ୱଂସର ପ୍ରତିଶୋଧ ନେଇଛି। ୟୁକ୍ରେନ୍‌ ରୁଷର ଦୁଇଟି ସୁଖୋଇ ଓ ୭ଟି ୟୁଏଭି ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି।

 
ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ସମେତ ୟୁରୋପୀୟ ଦେଶଗୁଡିକ ମଧ୍ୟ ଖୋଲିଖୋଲି ଭାବେ ୟୁକ୍ରେନ୍‌କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ନରୱେ ୟୁକ୍ରେନକୁ ମିଷ୍ଟ୍ରାଲ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ଦେଇଛି। ସେପଟେ ଡେନମାର୍କ ମଧ୍ୟ ବହୁ ସଂଖ୍ୟାରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବାକୁ ଯୋଜନା କରୁଛି। ଡେନମାର୍କ ମିଡିଆ ଗ୍ରୁପ୍ OLFI ର ରିପୋର୍ଟ ଅନୁଯାୟୀ, ଡେନମାର୍କ ୟୁକ୍ରେନକୁ ୧୦ ହଜାର ସଶସ୍ତ୍ର ଯାନ ଏବଂ ମୋର୍ଟାର ଦେବାକୁ ଯାଉଛି। ଡେନମାର୍କ ପାର୍ଶ୍ୱରୁ, ୟୁକ୍ରେନକୁ ୨୫ଟି ପିରାନହା-୩ ଯାନ, 50 M-113 ସଜ୍ଜିତ ଯାନ ଏବଂ M-10 ମୋର୍ଟାର ସହିତ ହଜାର ହଜାର ସଂଖ୍ୟାରେ ଗୁଳିଗୋଳ ଦେବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଶାନ୍ତି ବାର୍ତ୍ତା ପାଇଁ ଚେଷ୍ଠା କରୁଥିବା ସଂଯୁକ୍ତ ରାଷ୍ଟ୍ରର ପ୍ରମୁଖ ଏଣ୍ଟୋନିୟୋ ଗୁଟେରେସ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ। ଏକ ଘଣ୍ଟା କାଳ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ତେବେ ଏହି ଆଲୋଚନା ବେଳେ ହଠାତ୍‌ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ୨ଟି ମିସାଇଲ ମାଡ ହୋଇଥିଲା। ଅଚାନକ ହୋଇଥିବା ଏହି ହମ୍‌ଲାକୁ ଦେଇ ଗୁଟେରେସ ଚକିତ ହୋଇପଡିଥିଲା। ସେ ରୁଷକୁ ନିନ୍ଦା କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *