ଏନ୍‌ଏକ୍ସଟି ଡିଜିଟାଲ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨୭୯.୧ କୋଟିର ରାଜସ୍ୱ ହାସଲ

ଏନ୍‌ଏକ୍ସଟି ଡିଜିଟାଲ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨୭୯.୧ କୋଟିର ରାଜସ୍ୱ ହାସଲ

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍‌ର ସଂସ୍ଥା ଏନ୍‌ଏକ୍ସଟିଡିଜିଟାଲ୍‌ ଲିମିଟେଡ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ
ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଆଲୋଚ୍ୟ ତ୍ରୈମାସିକରେ କଂପାନି ୨୭୯.୧ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨୬୬.୬ କୋଟି ଟଙ୍କା ଥିଲା । ୨୦୨୨ ଜୁନ୍ ୩୦ ସୁଦ୍ଧା ଶେଷ ତ୍ରୈମାସିକ କଂପାନିର ଇବିଆଇଟିଡିଏ ୫୪.୧ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୫୧.୨ କୋଟି ଟଙ୍କା ଥିଲା । ପୂର୍ବ ତ୍ରୈମାସିକରେ ତାହା ୫୬.୫ କୋଟି ଟଙ୍କା ଥିଲା । ବଜାରର ସ୍ଥିତି ଓ ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ
ଏନ୍‌୍‌୍‌୍‌ଏକ୍ସଟି ଡିଜିଟାଲ୍ ଏହାର ଡିଜିଟାଲ୍ ଉତ୍ପାଦ ଓ ସମାଧାନ ଉପରେ ଗୁରୁତ୍ୱ ବଜାୟ ରଖିଛି । ସାରା ଦେଶରେ କଂପାନି ଏହାର ଗ୍ରାହକ ଉପସ୍ଥିତିକୁ ବୃଦ୍ଧି କରୁଛି । କଂପାନି ୪୫୦୦ ପିନ୍ କୋଡ୍ ଓ ୧୫୦୦ରୁଅଧିକ ସହରରେ ସେବା ପ୍ରଦାନ କରୁଛି । ଡିଜିଟାଲ୍‌୍‌୍‌୍‌୍‌୍‌୍‌୍‌୍‌ ଟେଲିଭିଜନ୍‌, ବ୍ରଡବ୍ୟାଣ୍ଡ୍ ଓ ଓଟିଟି ଆଦି ଡିଜିଟାଲ୍ ଉତ୍ପାଦ କଂପାନି ପ୍ରଦାନ କରୁଛି । କଂପାନି ଏହାର ଏନ୍‌୍‌୍‌୍‌ଏକ୍ସଟିି ହବ୍‌କୁ ଆଉ ୪୦ଟି ସହରକୁ ସମ୍ପ୍ରସାରିତ କରିଛି ଏବଂ ଦ୍ୱିତୀୟ ତ୍ରୈମାସିକରେ ଆଉ ୧୦୦ ବଜାରକୁ ସମ୍ପ୍ରସାରିତ ହେବାକୁ ଲକ୍ଷ୍ୟ ରଖିଛି । କଂପାନିର ଆର୍ଥିକ ଫଳାଫଳ ସମ୍ପର୍କରେ ଏନ୍‌ଏକ୍ସଟି ଡିଜିଟାଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ଭିନ୍‌ସଲେ ଫର୍ଣ୍ଣାଡିସ୍ କହିଛନ୍ତି ଯେ, “ଆମର ସମ୍ପ୍ରସାରିତ ଡିଜିଟାଲ୍ ଉତ୍ପାଦ ପୋର୍ଟଫୋଲିଓ, ବ୍ୟାପକ ଜାତୀୟ ଉପସ୍ଥିତି ଓ ଉଦୀୟମାନ ପ୍ରଯୁକ୍ତିକୁ ନେଇ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଜାରି ରଖିବା ହେଉଛି ଚଳିତ ଆର୍ଥିକ ବର୍ଷ ଲାଗି ଆମର ରଣନୀତି । ସ୍ୱତନ୍ତ୍ର ଉତ୍ପାଦ କ୍ଷେତ୍ରରେ ଗ୍ରାହକ ପିଛା ହାରାହାରି ରାଜସ୍ୱ (ଆର୍‌ପୁ) ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବା ବଦଳରେ ଗ୍ରାହକମାନଙ୍କ ୱାଲେଟ୍‌ରେ ବଡ଼ ଭାଗ ହାସଲ କରିବା ଲାଗି ଆମେ ଉଦ୍ୟମ କରିବୁ । ଅନ୍ୟ ପକ୍ଷରେ ଭାରତ ବାହାରେ ଆମେ ଆମର ଡିଜିଟାଲ୍ ସେବାର ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଥିବାରୁ ବ୍ରଡବ୍ୟାଣ୍ଡ୍ ଓଭର୍ ସାଟେଲାଇଟ୍‌ ଭଳି ଉଦୀୟମାନ ପ୍ରଯୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ଆମେ ଆମର ଶକ୍ତି ବ୍ୟବହାର କରିବୁ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *