ଆଭାଲନ୍ ଟେକ୍ନୋଲୋଜିସ୍‌ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଆଭାଲନ୍ ଟେକ୍ନୋଲୋଜିସ୍‌ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସମ୍ପୂର୍ଣ୍ଣ ସମନ୍ୱିତ ଇଲେକ୍ଟ୍ରୋନିକ୍ସ ନିର୍ମାତା ସେବା ପ୍ରଦାନକାରୀ ସଂସ୍ଥା ଆଭାଲନ୍ ଟେକ୍ନୋଲୋଜିସ୍‌
ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ୧୦୨୫ କୋଟି ଟଙ୍କା ହାସଲ କରିବା ଲାଗି ପୁଂଜି ବଜାରର ନିୟାମକ ସଂସ୍ଥାସେବି ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌    (ଡିଏଚ୍‌ଆର୍‌ପି) ଦାଖଲ କରାଯାଇଛି ।
ଚେନ୍ନାଇର ଏହି କଂପାନି ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଓ ଏହାର ଅଂଶଧନକାରୀମାନେ ୬୨୫ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରିବେ । କାୟୋସାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜୋନାର ସିଷ୍ଟମ୍‌ସ,
କୋଲିନ୍ସ ଏରୋସ୍ପେସ୍‌, ଇ-ଇନଫୋଚିପ୍ ପ୍ରାଇଭେଟ୍ ଲିମିଟେଡ୍‌, ୟୁଏସ୍ ମାଲାବାର କଂପାନି, ମେଗିଟ୍ (ସେକ୍ୟୁରାପ୍ଲେନ୍‌
ଟେକ୍ନୋଲୋଜି) ଓ ସାଇଟେକ୍ କର୍ପୋରେସନ ଭଳି ସଂସ୍ଥାଙ୍କୁ ସେବା ପ୍ରଦାନ କରୁଥିବା ଆଭାଲନ୍ ଟେକ୍ନୋଲୋଜିିସ୍ ଲିମିଟେଡ୍ ପୁଂଜି ବଜାରରୁ ଯେଉଁ ପାଣ୍ଠି ହାସଲ କରିବ ତାହାକୁ ବକେୟା ରହିଥିବା ବିଭିନ୍ନ ପ୍ରକାର ଋଣ ପରିଶୋଧ କରିବା ଓ ଏହାର ସହଯୋଗୀ ସଂସ୍ଥା ଆଭାଲନ୍‌ ଟେକ୍ନୋଲୋଜି ଆଣ୍ଡ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଋଣ ପରିଶୋଧ କରିବା, କାର୍ଯ୍ୟକାରୀ ପୁଂଜି ଆବଶ୍ୟକତା ପୂରଣ କରିବା ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ । ୧୯୯୯ରେ ଆରମ୍ଭ ହୋଇଥିବା ଆଭାଲନ୍ ପକ୍ଷରୁ ପ୍ରିଂଟେଡ୍ ସର୍କିଟ୍‌ ବୋର୍ଡ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ବକ୍ସ ତିଆରି କରିବା ଲାଗି ପୂର୍ଣ୍ଣ ଷ୍ଟାକ୍ ଉତ୍ପାଦ ଓ ସମାଧାନ ପ୍ରଦାନ କରାଯାଉଛି । ଆମେରିକା, ଚୀନ, ନେଦରଲ୍ୟାଣ୍ଡ୍ ଓ ଜାପାନର କ୍ଲାଏଂଟ୍‌ମାନଙ୍କୁ କଂପାନି ଏହି ସୁବିଧା ଯୋଗାଇ ଦେଉଛି । କଂପାନିର ପ୍ରମୋଟର ହେଉଛନ୍ତି କୁନହାମିନ ବିଚା ଓ ଭାସ୍କର ଶ୍ରୀନିବାସନ । ଆଭାଲନ୍‌ର ଏକ ସ୍ୱତନ୍ତ୍ର ଗ୍ଲୋବାଲ୍ ଡେଲିଭରି ମଡେଲ୍ ରହିଛି ଯେଉଁଥିରେ ଉଭୟ ଭାରତ ଓ ଆମେରିକାର ଡିଜାଇନ୍ ଓ ମାନୁଫାକ୍‌ଚରିଂ ଦକ୍ଷତା ରଯହିଛି । ଏହା ହେଉଛି ଏକମାତ୍ର ଭାରତୀୟ ଇଏମ୍‌ଏସ୍ କଂପାନି ଯାହାର ଆମେରିକାରେ ପୂର୍ଣ୍ଣ କାରଖାନା ରହିଛି ଏବଂ ଏହାର ୧୨ଟି
ମାନୁଫାକ୍‌ଚରିଂ ୟୁନିଟ୍ ଭାରତ ଓ ଆମେରିକାର ବିଭିନ୍ନ ସ୍ଥାନରେ ରହିଛି । ୨୦୨୨ ଆର୍ଥିକ ବର୍ଷରେ କଂପାନିର ପରିଚାଳନା ରାଜସ୍ୱ ୮୪୦ କୋଟି ଟଙ୍କା ରହିଥିବା ବେଳେ ୨୦୨୨ ଜୁନ୍ ୩୦ ସୁଦ୍ଧା ଏହା ପାଖରେ ୧୦୩୯ କୋଟି ଟଙ୍କାର ବରାଦ ରହିଛି ।
ଏହି ଅଫରର ବୁକ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍‌ ଫାଇନାନ୍ସିଆଲ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ
ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ନୁମୋରା ଫାଇନାନ୍ସିଆଲ ଆଡଭାଇଜରି ଓ ସିକ୍ୟୁରିଟିଜ୍ (ଇଣ୍ଡିଆ)
ପ୍ରାଇଭେଟ୍ ଲିମିଟେଡ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *